IBN ଓଡ଼ିଶା ବ୍ୟୁରୋଦେଶ

ପ୍ରବଳ ବର୍ଷା ଯୋଗୁଁ ଯାତାୟତ ଠପ୍‌ , ଅଫିସ ବନ୍ଦ କରିବାକୁ ଆଦେଶ

IBN ଓଡିଶା(ବ୍ୟୁରୋ):-ମୁମ୍ବାଇ:ପାଣିପାଗ ବିଭାଗର ଆକଳନ ଅନୁସାରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି। ଗତ ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଅନେକ ତଳିଆ ଅଞ୍ଚଳରେ କ୍ରୁତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଜାଗାରେ 2 ଫୁଟ ପର୍ଯ୍ୟନ୍ତ ପାଣି ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ହିନ୍ଦମାତା, ସିଓନ୍, ମାତୁଙ୍ଗା ଏବଂ ଖାର ମେଟ୍ରୋରେ ଜଳ ଅଧିକ ମାତ୍ରାରେ ମଧ୍ୟ ଦେଖିବକୁ ମିଳିଛି। ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ଅନୁଯାୟୀ ମୁମ୍ବାଇ ସହରରେ ଗତ 10 ଘଣ୍ଟା ମଧ୍ୟରେ 230 ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଆରବ ସାଗରରେ ସକ୍ରିୟ ମୌସୁମୀ ବାୟୁ ହେତୁ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମଧ୍ୟ ଦେଖିବକୁ ମିଳିଛି।
ସମୁଦ୍ର ଚାରିପାଖରେ ରହୁଥିବା ଲୋକଙ୍କୁ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ପ୍ରବଳ ବର୍ଷା ହେତୁ ମୁମ୍ବାଇର ସମସ୍ତ ଲାଇନରେ ରେଳ ଚଳାଚଳ ବନ୍ଦ ହୋଇଯାଇଛି। ମୁମ୍ବାଇର 8 ଟି ରୁଟରେ ବସ୍‌ର ମାର୍ଗ ପରିବର୍ତ୍ତନ କରାଯାଇଛି ଏବଂ ସେମାନଙ୍କୁ ଅନ୍ୟ ରୁଟରୁ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରବଳ ବର୍ଷା ହେବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି (ବିଏମସି) ଆଜି ସମସ୍ତ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ବନ୍ଦ କରିବାକୁ କହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ମହାନଗର ତଥା ମହାରାଷ୍ଟ୍ରର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷାର ତୀବ୍ରତା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅଗଷ୍ଟ 3, 4 ଏବଂ 5 ରେ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ। ଏଭଳି ପରିସ୍ଥିତିରେ ବିନା କାରଣରେ ଘରୁ ବାହାରକୁ ଆସିବାକୁ ପଡିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button