IBN ଓଡ଼ିଶା ବ୍ୟୁରୋଦୁର୍ଘଟଣାଦେଶ
ଲେବନାନର ରାଜଧାନୀ ବେରୁତରେ ଭୀଷଣ ବିସ୍ଫୋରଣ, 73ରୁ ଉର୍ଦ୍ଧ୍ଵ ମୃତ, 3700 ଆହତ

IBN ଓଡିଶା(ବ୍ୟୁରୋ) : ଲେବନାନର ରାଜଧାନୀ ବେରୁତରେ ମଙ୍ଗଳବାର ଦିନ ଏକ ଭୀଷଣ ବିସ୍ଫୋରଣ ହୋଇଛି। ଏଥିରେ ବହୁ ଲୋକଙ୍କ ପ୍ରାଣହାନୀ ଘଟିଛି। ଏହି ଭୟଙ୍କର ବିସ୍ଫୋରଣରେ 73 ଜଣଙ୍କର ମୃତ୍ୟୁ ହୋଇଛି। 3700ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ବିସ୍ଫୋରଣ କାରଣରୁ ସହର ସାରା କଳା ଧୂଆଁ ବ୍ୟାପିଯାଇଛି। ସେଠାକାର ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ବିସ୍ଫୋରଣର ଶବ୍ଦ ଏତେ ଜୋରରେ ହୋଇଥିଲା ଯେ, ଘରର କବାଟ ଝରକା ଏବଂ ସିଲିଂ ଭାଙ୍ଗି ଯାଇଥିଲା। ସେଠାରେ ଥିବା ସମସ୍ତ କର୍ମଚାରୀ ସୁସ୍ଥ ଅଛନ୍ତି ବୋଲି ବେରୁତ ସ୍ଥିତ ଭାରତୀୟ ଦୂତାବାସ ସୂଚନା ଦେଇଛନ୍ତି। ତେବେ ଲେବାନନରେ ଥିବା ଭାରତୀୟ ଦୂତାବାସ ଆବଶ୍ୟକ ଭାରତୀୟଙ୍କ ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ରଖିଛି। ସମାଚାର ଏଜେନ୍ସି ରାୟର୍ଟସ ମୁତାବକ, ଲେବନାନର ଆନ୍ତରିକ ସୁରକ୍ଷା ପ୍ରମୁଖ ସୂଚନା ଦେଇଛନ୍ତି ଯେ, ଏହି ବିସ୍ଫୋରଣର ବେରୁତର ପୋର୍ଟ ଅଞ୍ଚଳରେ ହୋଇଛି। ଖୁବ୍ ଶକ୍ତିଶାଳୀ ସାମଗ୍ରୀରୁ ଏହି ବିସ୍ଫୋରଣ ଘଟିଛି।