ଦେଶ

ରୋଗୀ ପେଟରୁ ବାହାରିଲା ଏମିତି ଜିନିଷ; ଆସନ୍ତୁ ଜାଣିବା – Ibnodisha

[ad_1]

ଚଣ୍ଡିଗଡ଼ : ପଞ୍ଜାବର ମୋଗାଠାରେ ଡାକ୍ତରମାନେ ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଅ‌େସ୍ତ୍ରାପଚାର କରି ବିପୁଳ ପରିମାଣର ଇୟର ଫୋନ୍‌, ଲକେଟ୍‌, ସେଫ୍ଟିପିନ୍‌, ପେଚ, କଣ୍ଟା, ବୋଲ୍ଟ, ବୋତାମ, ୱାସର, ତାର, ରାପର, ମୁଣ୍ଡ କଣ୍ଟା, ଚେନ୍‌ ଜିପ୍‌, ମାର୍ବଲ ଖଣ୍ଡ ଓ ରାକ୍ଷି ଆଦି ବାହାର କରିଛନ୍ତି। ଗୁରୁବାର ଏହି ଅ​‌େ​‌ସ୍ତ୍ରାପଚାର ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। ଗତ ଦୁଇ ବର୍ଷ ଧରି ସମ୍ପୃକ୍ତ ବ୍ୟକ୍ତି ପେଟ ଯନ୍ତ୍ରଣ ଭୋଗୁଥିଲାବେଳେ ଜ୍ବର ଯୋଗୁଁ ମୋଗାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଏକ୍ସ-ରେ ଓ ସ୍କାନ୍‌ ପରେ ଡାକ୍ତରମାନେ ଯାହା ଦେଖିଲେ ​‌େସଥିରେ ବିସ୍ମିତ ହୋଇଯାଇଥିଲେ। ପରେ ଡା. ଆଜମେର କାର୍ଲାଙ୍କ ନେତୃତ୍ବରେ ଅ​‌େ​‌ସ୍ତ୍ରାପଚାର କରାଯାଇ ଶତାଧିକ ଧାତବ ସାମଗ୍ରୀ ବାହାର କରାଯାଇଥିଲା। ଏଭଳି ଘଟଣାରେ ରୋଗୀଙ୍କ ପରିବାର ମଧ୍ୟ ବିସ୍ମୟ ପ୍ରକାଶ କରିଛନ୍ତି। ବ୍ୟକ୍ତିଙ୍କର କିଛି ମାନସିକ ସମସ୍ୟା ଥାଇପାରେ ବୋଲି ଡାକ୍ତର କହିଛନ୍ତି। ଏବେ ସେ ସୁସ୍ଥ ଥିଲେ ମଧ୍ୟ ବିପଦମୁକ୍ତ ନଥିବା ପ୍ରକାଶ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button