ଦେଶ

ସାଉଥ୍ ଆଫ୍ରିକା ଗସ୍ତରୁ ବାଦ୍ ପଡିଲେ ଦୀପକ ଚହର ଓ ମହମ୍ମଦ ସାମୀ – Ibnodisha

[ad_1]

ମୁମ୍ୱାଇ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟେଷ୍ଟ୍ ମ୍ୟାଚରୁ ବାଦ୍ ପଡିଲେ ଦୁଇ ଷ୍ଟାର୍ ପେସର୍ ମହମ୍ମଦ ଶାମି ଓ ଦୀପକ ଚହର । ଶାମି ପ୍ରଥମ ଦୁଇ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଥିବା ବେଳେ ଚହର ଦିନିକିଆ ମ୍ୟାଚ୍ ଖେଳିବେନି । ଆହତ କାରଣରୁ ଶାମିଙ୍କୁ ବିଶ୍ରାମ ଦିଆଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଦୀପକ ଚହର ପାରିବାରିକ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟୁରରେ ଗସ୍ତ କରିବେ ନାହିଁ ବୋଲି ଜଣାପଡିଛି । ବିସିସିଆଇ ଏକ ଟୁଇଟ୍‌ରେ ସମଗ୍ର ବିଷୟ ବିଷୟରେ ସୂଚନା ଦେଇଛି। ବିସିସିଆଇ କହିଛି ଯେ ପାରିବାରିକ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତି କାରଣରୁ ସେ ଆଗାମୀ ODI ସିରିଜ୍ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ବିସିସିଆଇକୁ ସୂଚନା ଦେଇଛି ।

ବର୍ତ୍ତମାନ ଦୀପକ ଚହରଙ୍କ ସ୍ଥାନରେ ଆକାଶ ଦୀପଙ୍କୁ ଚାନ୍ସ ଦିଆଯାଇଛି । ସୂଚନ ଥାଉକି, ୧୭ ଡିସେମ୍ବରରେ ଜୋହାନ୍ସବର୍ଗରେ ପ୍ରଥମ ODI ସମାପ୍ତ ହେବା ପରେ ଶ୍ରେୟସ୍ ଆୟର ଟେଷ୍ଟ ସିରିଜ୍ ପାଇଁ ଟେଷ୍ଟ ଦଳରେ ଯୋଗଦେବେ । ସେ ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ପାଇଁ ଉପଲବ୍ଧ ହେବେ ନାହିଁ ଏବଂ ଆନ୍ତଃ ସ୍କ୍ୱାର୍ଡ ଦଳ ଖେଳରେ ଭାଗ ନେବେ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button