ରାଜ୍ୟ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ଦୋକାନ – Ibnodisha

[ad_1]

ସୁନ୍ଦରଗଡ଼ : ଜଳିଗଲା ମସଲା ଦୋକାନ । ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ମସଲା ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ।

ଖବର ଅନୁଯାୟୀ,  ସହରର ମୁଖ୍ୟ ରାସ୍ତାରେ ଥିବା ଏକ ମସଲା ଦୋକାନରୁ ନିଆଁ ବାହାରୁଥିବା ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ଦୋକାନୀଙ୍କୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଏହାପରେ ଦୋକାନୀ ଆସି ସଟର ଖୋଲି ଦେଖିଲା ବେଳକୁ ଦୋକାନରେ ଥିବା ଅନେକ ସାମଗ୍ରୀ ନିଆଁ ଲାଗି ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡିଯାଇଥିବା ଅନୁମାନ କରାଯାଉଛି । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ସେପଟେ ଦୋକାନରେ ନିଆଁ ଲାଗିଥିବା ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ଶେଷରେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ ।

 

The post ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ଦୋକାନ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button