ରାଜ୍ୟ

ଶ୍ରୀମୟୀଙ୍କୁ ମୁଖ୍ୟମନ୍ତ୍ରୀ ସାଂସଦ ପ୍ରାର୍ଥୀ ବାଛିଥିବା କହିଲେ ମନ୍ତ୍ରୀ ଅଶୋକ ପଣ୍ଡା – Ibnodisha

[ad_1]

ଭୁବନେଶ୍ବର : ଭୁବନେଶ୍ୱର ଲୋକସଭା ଆସନକୁ ନେଇ ଏଥର ହେବ ଘମାଘୋଟ ଲଢ଼େଇ । ଶ୍ରୀମୟୀ ମିଶ୍ର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢିବେ ନିର୍ବାଚନ । ଶ୍ରୀମୟୀଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ସାଂସଦ ପ୍ରାର୍ଥୀ ଭାବେ ବାଛିଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସେ କହିଛନ୍ତି, ଶ୍ରୀମୟୀ ମିଶ୍ର ପ୍ରତିନିଧିତ୍ବ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ସମ୍ମାନର ପ୍ରଶ୍ନ । ତେଣୁ ତାଙ୍କୁ ବିଜୟୀ କରିବାକୁ ସମସ୍ତଙ୍କୁ ନିବେଦନ ।

ତେବେ ବର୍ତ୍ତମାନର ସ୍ଥିତି ଅନୁଯାୟୀ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପିରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗ ଧରିଥିବା ବେଳେ ତାଙ୍କୁ ମୁକାବିଲା କରିପାରନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ଦେଖିବ ହାଇ ଭୋଲଟେଜ ଲଢ଼େଇ । ଗତ ଥରର ଭୁଲ୍‌କୁ ଦୋହରାଇବନି ବିଜେଡି । ଭୁବନେଶ୍ୱର ଲୋକସଭା ଆସନକୁ ଯେମିତି ହେଲେ ଦଖଲ କରିବାକୁ ବିଜେଡି ଚଳାଇଛି ମାରାଥନ କସରତ । ଭୁବନେଶ୍ୱର ଲୋକସଭା ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ, ଏଯାଏଁ ବିଧିବଦ୍ଧ ଘୋଷଣା ହୋଇନି । ମାତ୍ର ଶ୍ରୀମୟୀ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବା ପରଠାରୁ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଛି । ବିଜେଡି ମଧ୍ୟ ଶ୍ରୀମୟୀଙ୍କ ଭଳି ଯୁବ ନେତୃତ୍ୱ ଉପରେ ଭରସା କରୁଥିବା ଦେଖିବାକୁ ମିଳିଛି । ଗତ କିଛିଦିନ ହେବ ବିଜେଡି ନେତାମାନେ ଖୋଲାଖୋଲି ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ କହି ବୁଲିଲେଣି ।

ଉତ୍ତର ନିର୍ବାଚନମଣ୍ଡଳୀରେ ପଦଯାତ୍ରାବେଳେ  ଲୋକସଭା ପ୍ରାର୍ଥୀ ଶ୍ରୀମୟୀ ମିଶ୍ର ଜିନ୍ଦାବାଦ ନାରାବାଜି ଶୁଣିବାକୁ ମିଳିଲା । ଜଟଣୀ ନିର୍ବାଚନମଣ୍ଡଳୀରେ ସଭାମଞ୍ଚରୁ ଶ୍ରୀମୟୀ ଲୋକସଭା ପ୍ରାର୍ଥୀ ହେବେ ବୋଲି କୁହାଯାଇଛି । ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଏ ନେଇ ସୂଚନା ଦେବା ସହ ତାଙ୍କୁ ଅଧିକରୁ ଅଧିକ ଭୋଟ୍ ଦେଇ ଜିତାଇବାକୁ ଆହ୍ୱାନ ଦେଇଥିଲେ । ଉପସ୍ଥିତ କର୍ମୀମାନେ ତାଳି ଓ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ଶ୍ରୀମୟୀ ଲୋକସଂପର୍କ ଅଭିଯାନକୁ ତେଜିଛନ୍ତି । ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୁବନେଶ୍ୱର ଲୋକସଭା ଆସନର ବିଭିନ୍ନ ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କ ସହ ମିଶୁଛନ୍ତି । କେବେ ଜୟଦେବ, କେବେ ମଧ୍ୟ ଭୁବନେଶ୍ୱର, କେବେ ଉତ୍ତର ପୁଣି ଆଉ କେବେ ଜଟଣୀରେ କାର୍ଯ୍ୟକ୍ରମ କରୁଛନ୍ତି ।

ଭୁବନେଶ୍ୱର ଲୋକସଭା କ୍ଷେତ୍ର ଦୁଇ ଦଶନ୍ଧିରୁ ଅଧିକ ବର୍ଷ ଧରି ଥିଲା ବିଜେଡିର ଗଡ଼ । ୧୯୯୮ରୁ ଲଗାତାର ଏ ଆସନ ଥିଲା ବିଜେଡି ପାଖରେ । ୫ ଥର ଜିତିଥିଲେ ପ୍ରସନ୍ନ ପାଟ୍ଟଶାଣୀ ।  ୨୦୧୯ରେ ବାଜି ଓଲଟିଗଲା । ଏ ଆସନକୁ ବିଜେଡି ହାତରୁ ଛଡ଼ାଇ ନେଲେ ବିଜେପିର ଅପରାଜିତା ।

ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଧାନସଭା ଆସନରେ ବିଜେଡି ବାଜିମାତ୍‌ କରିଥିଲା । ୬-୧ରେ ବିଜେଡି ବିଧାନସଭା ଆସନ ଦଖଲ କରିଥିଲା । ଜଟଣୀ କଂଗ୍ରେସ ଜିତିଥିବାବେଳେ ଗୋଟିଏ ବି ଆସନ ବିଜେପିକୁ ମିଳିନଥିଲା । ହେଲେ ବିଧାନସଭାର ଏତେ ବଡ଼ ବିଜୟ ସତ୍ତେ୍ୱ ଲୋକସଭା ଆସନ ଖସିଯିବାରୁ ବିଜେଡିକୁ ଶକ୍ତ ଆଘାତ ଲାଗିଥିଲା । ଏଥର କ୍ଷତ ଭରଣା କରିବାକୁ ବହୁ ପୂର୍ବରୁ ରଣକୌଶଳ ଆଦରିଛି ବିଜୁ ଜନତା ଦଳ ।

ଗତ ଥର ନିର୍ବାଚନ ପୂର୍ବରୁ ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ପ୍ରଚାରରେ ଅରୂପଙ୍କୁ ପଛରେ ପକାଇ ଦେଇଥିଲେ ଅପରାଜିତା। ହେଲେ ଏଥର ବିଜେଡି ବେଶ୍‌ ଆଗୁଆ କସରତ ଆରମ୍ଭ କରିଛି । ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀ ବୁଲୁଛନ୍ତି ସମସ୍ତ ବିଧାନସଭା ଅଞ୍ଚଳରେ । ମହିଳା କାର୍ଡ ଖେଳି ବିଜେଡି ଏଥର ଅପରାଜିତାଙ୍କ ମହିଳା ଭୋଟ କାଟିବାକୁ ଯୋଜନା ଚଳାଇଛି ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button