ରାଜ୍ୟ

ରାଜ୍ୟରେ ବଢୁଛି ତାତି – Ibnodisha

[ad_1]

sun

ଭୁବନେଶ୍ବର : ତତଲା କଢେଇରେ ସିଝୁଛି ସାରା ଓଡିଶା। ଆଜି ବି ରାଜ୍ୟର ଅନେକ ସ୍ଥାନରେ ସକାଳୁ ସକାଳୁ ତାତି ବଢିବାରେ ଲାଗିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳ ସାଢେ ୮ଟା ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୩୨ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ୩୦ .୮ ଡିଗ୍ରୀ ସେଲସିଅସ୍ , ପୁରୀ, ଚନ୍ଦବାଲି ଏବଂ ସମ୍ବଲପୁରରେ ମଧ୍ୟ ପାରଦ ୩୦ ଡିଗ୍ରୀ ଉପରେ ରହିଛି। ରାଉରକେଲା, ପାରାଦୀପ, ଝାରସୁଗୁଡା , କେନ୍ଦୁଝର, ହୀରାକୁଦରେ ମଧ୍ୟ ତାତି ଅସହ୍ୟ କଲାଣି। ଏସବୁ ସହରରେ ତାପମାତ୍ରା ୨୯ ଡିଗ୍ରୀ ଉପରେ ରହିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢିବାର ସମ୍ଭାବନା ରହିଛି। ଏପ୍ରିଲ ୪ରୁ ୬ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏସବୁ ସମୟରେ ଉପକୂଳ ଆଭ୍ୟନ୍ତର ଓଡିଶାରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 

The post ରାଜ୍ୟରେ ବଢୁଛି ତାତି appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button