IBN ଓଡ଼ିଶା ବ୍ୟୁରୋ

ଯଦି ହାତରେ ଏହି ରେଖା ଥିବ, ତାହେଲେ ବିବାହ ପରେ ବଦଳି ଯିବ ଭାଗ୍ୟ। ଧନବାନ ହେବାର ରହିଛି ସମ୍ଭାବନା!

ହସ୍ତରେଖା ବିଜ୍ଞାନ ଅନୁସାରେ, ଯେଉଁ ଲୋକଙ୍କର ହାତରେ କିଛି ରେଖା ଗୁଡ଼ିକ ରହିଥାଏ, ସେମାନଙ୍କର ବିବାହ ପରେ ଭାଗ୍ୟ ପରିବର୍ତ୍ତନ ହୋଇ ଯାଇଥାଏ ଏବଂ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ।

ହିନ୍ଦୁଧର୍ମରେ ଘରର ବହୂକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଛି। ବିବାହ ପରେ ଅନେକ ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହୋଇ ଯାଇଥାଏ।ଅଚାନକ ସବୁ ସୁଦୃଢ ହେବାକୁ ଲାଗେ ଏବଂ ଆର୍ଥିକ ପରିସ୍ଥିତି ସୁଦୃଢ ହେବାକୁ ଲାଗେ। ହସ୍ତରେଖା ବିଜ୍ଞାନରେ କିଛି ଏଭଳି ରେଖା ଗୁଡ଼ିକ ବିଷୟରେ ଉଲ୍ଲେଖ ରହିଛି, ଯାହାଦ୍ଵାରା ଭାଗ୍ୟ ବଦଳି ଯାଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଚନ୍ଦ୍ର ପର୍ବତରୁ ବାହାରିଥିବା ରେଖା :-

ହସ୍ତରେଖା ବିଜ୍ଞାନ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ହାତର ରେଖା ଚନ୍ଦ୍ର ପର୍ବତରୁ ବାହାରି ଥାଏ, ତାଙ୍କ ବିବାହ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଭାଗ୍ୟ ରେଖା ଚନ୍ଦ୍ର ପର୍ବତରୁ ବାହାରି ଶନି ପର୍ବତ ପର୍ଯ୍ୟନ୍ତ ଯାଇଥାଏ, ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏଭଳି ଲୋକଙ୍କର ଭାଗ୍ୟ ବିବାହ ପରେ ବଦଳି ଯାଇଥାଏ

ଏଭଳି ଲୋକଙ୍କର ଦାମ୍ପତ୍ୟ ଜୀବନ ହୋଇଥାଏ ସୁଖମୟ :-

ଯେଉଁ ଲୋକଙ୍କ ଭାଗ୍ୟରେ ଏହି ଶୁଭ ଯୋଗ ରହିଥାଏ, ସେମାନଙ୍କର ପ୍ରେମ ଜୀବନ ଅତ୍ୟନ୍ତ ସୁଖମୟ ରହିଥାଏ। ହସ୍ତରେଖା ବିଜ୍ଞାନ ଅନୁସାରେ ସବୁଠାରୁ ଛୋଟ ଆଙ୍ଗୁଳି ତଳେ ବୁଧ ପର୍ବତରେ ସ୍ଥିତ ରେଖାକୁ ଦେଖି ବୈବାହିକ ଜୀବନ ବିଷୟରେ ଅନୁମାନ ଲଗା ଯାଇଥାଏ। ଏହି ବୁଧ ପର୍ବତର ରେଖା ଯେତେ ସ୍ପଷ୍ଟ ଦେଖା ଯାଇଥାଏ, ସେହିଭଳି ବ୍ୟକ୍ତିକୁ ଜୀବନରେ ଅନେକ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

ବିବାହ ପରେ ବୃଦ୍ଧି ହୋଇଥାଏ ଧନସମ୍ପତ୍ତି :-

ଏଭଳି ମାନା ଯାଇଥାଏ କି ଯେଉଁ ବ୍ୟକ୍ତିର ହାତରେ ମଣିବନ୍ଧ ଠାରୁ ଭାଗ୍ୟରେଖା ବାହାରି ଶନି ପର୍ବତ ପର୍ଯ୍ୟନ୍ତ ଯାଇଥାଏ, ତାହେଲେ ଏହା ଅତ୍ୟନ୍ତ ଶୁଭ ସଂଯୋଗ ଅଟେ।ଏଭଳି ଲୋକଙ୍କୁ ବିବାହ ପରେ ଅନେକ ଧନସମ୍ପତ୍ତି ପ୍ରାପ୍ତ ହୋଇଥାଏ।କହିବାକୁ ଗଲେ ଭାଗ୍ୟ ରେଖାର ସମ୍ବନ୍ଧ ସୁଖସମୃଦ୍ଧି ସହିତ ହୋଇଥାଏ। ଏଭଳି ରେଖା ଥିବା ଲୋକଙ୍କର ଭାଗ୍ୟ ବଦଳି ଯାଇଥାଏ।

ସଫଳତା ପଛରେ ରହିଥାନ୍ତି ପାର୍ଟନର :-

ଯଦି ହାତର ଆଙ୍ଗୁଳି ପାଖରୁ କୌଣସି ରେଖା ଗୁରୁ ପର୍ବତ ଆଡ଼କୁ ଯାଇଥାଏ,ତାହେଲେ ଏଭଳି ରେଖା ଥିବା ବ୍ୟକ୍ତି ବିବାହ ପରେ ଧନବାନ ହୋଇଥାଏ। ଏଭଳି ବ୍ୟକ୍ତିଙ୍କର ପାର୍ଟନର ସର୍ବଦା ଏମାନଙ୍କ ସଫଳତା ପଛରେ ରହିଥାନ୍ତି। ଏହି ରେଖା ଥିବା ଲୋକଙ୍କର କ୍ୟାରିୟର ବିବାହ ପରେ ବଦଳି ଯାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button