IBN ଓଡ଼ିଶା ବ୍ୟୁରୋ

୫୩୮ ବେଆଇନ ଆପ୍ରବାସୀଙ୍କୁ ଗିରଫ କଲା ଆମେରିକା: ଶତାଧିକଙ୍କୁ ଦେଶରୁ ତଡ଼ି ଦିଆଗଲା

ୱାସିଂଟନ୍‌: ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକାର ରାଷ୍ଟ୍ରପତି ଭାବେ ଫେରିବାପରେ ନୂଆ ନିୟମ ସବୁ ଲାଗୁ ହୋଇଛି। ଟ୍ରମ୍ପଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମୁତାବକ ଆମେରିକାରେ ଏବେ ବେଆଇନ ଆପ୍ରବାସୀଙ୍କ ଉପ‌ରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ନୂଆ ପ୍ରଶାସନ ଶପଥ ନେବାର ମାତ୍ର ୩ ଦିନ ମଧ୍ୟରେ ଆମେରିକାରେ ୫୩୮ ଜଣ ବେଆଇନ ଆପ୍ରବାସୀ ଗିରଫ ହେଲେଣି ଏବଂ ଶତାଧିକ ଆପ୍ରବାସୀଙ୍କୁ ଦେଶରୁ ତଡ଼ି ଦିଆଯାଇଛି। ତଥ୍ୟ ପ୍ରକାଶ କରି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କାରୋଲିନ ଲେଭିଟ କହିଛନ୍ତି, ଗିରଫ ଆପ୍ରବାସୀଙ୍କ ମଧ୍ୟରୁ ଶତାଧିକଙ୍କୁ ଏକ ସାମରିକ ବିମାନ ବ୍ୟବହାର କରି ଦେଶରୁ ବାହାର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ଆତଙ୍କବାଦୀ ଏବଂ ଅନେକ ଅପରାଧୀ ଅଛନ୍ତି। ସେ କହିଛନ୍ତି, ଇତିହାସରେ ସବୁଠାରୁ ବଡ଼ ଧରଣର ବିତାଡ଼ନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇଛି। ଉଲ୍ଲେଖଯୋଗ୍ୟ, ଜାନୁଆରି ୨୦ ତାରିଖରେ ଆମରିକାର ରାଷ୍ଟ୍ରପତି ଭାବେ ଶପଥ ନେବାପରେ ଟ୍ରମ୍ପ ଅନେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ। ‌ସେଥି ମଧ୍ୟରୁ ଗୋଟିଏ ଥିଲା ଆମେରିକାରେ ବଢ଼ୁଥିବା ବେଆଇନ ଆପ୍ରବାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସରକାରୀ ନିର୍ଦ୍ଦେଶନାମାରେ ଏହା କୁହାଯାଇଥିଲା ଯେ ଆମେରିକାରେ ଲକ୍ଷାଧିକ ଅଜଣା ବ୍ୟକ୍ତି ବେଆଇନ ଭାବେ ରହୁଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button