IBN ଓଡ଼ିଶା ବ୍ୟୁରୋ

( ସିନ୍ଦୂର ) କେଉଁ ଜାଗାରେ ଲଗେଇଲେ ସ୍ୱାମୀର ଆୟୁଷ ବୃଦ୍ଧି ହୁଏ, ପିଲା ଓ ଶାଶୁ ଶଶୁରଙ୍କ ଆୟୁଷ ବଢେ

ବନ୍ଧୁଗଣ ଆଜି ଆମେ ଏକ ସୁନ୍ଦର ବିଷୟ ବସ୍ତୁ ବିଷୟରେ ଆଲୋଚନା କରିବାକୁ ଯାଉଛୁ । ସିନ୍ଦୁର କେଉଁ ଜାଗାରେ ପିନ୍ଧିଲେ କଣ ଲାଭ ହୋଇଥାଏ ତାହା କହିବାକୁ ଯାଉଛି । ହିନ୍ଦୁ ଧର୍ମରେ ସିନ୍ଦୁରର ମହତ୍ଵ ବହୁତ ଉର୍ଦ୍ଧରେ ରହିଛି । ବିବାହିତା ମହିଳା ମାନେ ସିନ୍ଦୁର ଲଗାଇବାର କଥା ଶାସ୍ତ୍ରରେ ପ୍ରମାଣିତ ଅଟେ । ବିନା ସିନ୍ଦୁରରେ ବିବାହିତା ମହିଳା ଅଧୁରା ଅଟନ୍ତି ।

ସିନ୍ଦୁର ଲଗାଇଲେ ସ୍ଵାମୀଙ୍କର ଭାଗ୍ଯ ଉଦୟ ହୋଇଥାଏ ଏହା ଜ୍ଯୋତିଷ ଶାସ୍ତ୍ରରେ ପ୍ରମାଣିତ ଅଟେ । ସିନ୍ଦୁର ହେଉଛି ମଙ୍ଗଳଙ୍କର ପ୍ରତୀକ । ମହିଳା ମାନେ ଯେବେ ସିନଦ୍ର ଧାରଣ କରୁଛନ୍ତି ତେବେ ମଙ୍ଗଳଙ୍କର ଖରାପ ପ୍ରଭାବ ପରିବାର ବା ସ୍ବାମୀଙ୍କ ଉପରେ ଥିଲେ ତାହା ଖଣ୍ଡନ ହୋଇଥାଏ ।

ଶୁକ୍ରବାରରେ ସ୍ବାମୀଙ୍କ ହାତରୁ ସିନ୍ଦୁର ଧାରଣ କରିଲେ ମହିଳା ମାନେ ଦାଂପତ୍ଯ ଜୀବନ ସୁଖମୟ ହେବ, ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ଶାସ୍ତ୍ର ଅନୁଯାୟୀ ସଧବା ନାରୀଙ୍କୁ 4ଟି ସ୍ଥାନରେ ସିନ୍ଦୁର ଲଗାଇବାର ପ୍ରମାଣ ରହିଛି । ମଥାରେ, ଲଲାଟରେ, ଗଳାରେ, ହସ୍ତର ମଧ୍ୟ ଭାଗରେ ସିନ୍ଦୁର ଲଗାଇବା ସଧବା ନାରୀଙ୍କୁ ନିହାତି ଦରକାର ।

ଯେବେ ସଧବା ନାରୀ ମଥାରେ ସିନ୍ଦୁର ଧାରଣ କରନ୍ତି ତାହା ମା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଧାରଣ କରନ୍ତି । ଏହା ଦ୍ଵାରା ସ୍ବାମୀଙ୍କ ଦୀର୍ଘାୟୁ ବୃଦ୍ଧି ହୋଇଥାଏ । ଯେତେବେଳେ ନାରୀ ମାନେ କଣ୍ଠ ପ୍ରଦେଶରେ ସିନ୍ଦୁର ଧାରଣ କରନ୍ତି ତାହା ମାତା ସରସ୍ବତୀଙ୍କ ଉଦ୍ଦେଶ୍ୟରେ ଧାରଣ କରିଥାନ୍ତି । ଏହା ଦ୍ଵାରା ସନ୍ତାନ ମାନଙ୍କର ଆୟୁଷ ବୃଦ୍ଧି ହୋଇଥାଏ ।

ମହିଳା ମାନେ କପାଳରେ ମା ସାବିତ୍ରୀଙ୍କ ଉଦ୍ଦେଶ୍ୟରେ ସିନ୍ଦୁର ଧାରଣ କରନ୍ତି । କପାଳରେ ସିନ୍ଦୁର ଧାରଣ କରିବା ଦ୍ଵାରା ଶାଶୁ ଶ୍ବଶୁରଙ୍କ ସୁସ୍ଥ ଜୀବନଯାପନର କାମନା କରିଥାନ୍ତି ମହିଳା ମାନେ । ହସ୍ତ ର ମଣିବନ୍ଧରେ ମା ପାର୍ବତୀଙ୍କ ଉଦ୍ଦେଶ୍ୟରେ ମହିଳା ମାନେ ସିନ୍ଦୁର ଧାରଣ କରନ୍ତି । ଏହା ଦ୍ଵାରା ନାରୀଙ୍କୁ ସତୀ ପ୍ରଦାନ କରିଥାନ୍ତି ମା ପାର୍ବତୀ ।

ସିନ୍ଥିରେ ସିନ୍ଦୁର ଲଗାଇଲେ ସ୍ବାମୀଙ୍କ ଆୟୁ ବୃଦ୍ଧି ହୁଏ କିନ୍ତୁ ସ୍ତ୍ରୀଙ୍କର ଆୟୁ କମିଯାଏ । ତେଣୁ ସଧବା ନାରୀ ସିନ୍ଥିରେ ଶିଦୂର ଲଗାଇବାର ଉଦ୍ଦେଶ୍ୟ ହେଉଛି ସାଧବ ହୋଇ ଦୁନିଆ ଛାଡିବା ପାଇଁ । ଯେତେବେଳେ ଶଙ୍ଖା ବା ମଣିବନ୍ଧରେ ସିନ୍ଦୁର ଲଗାଯାଏ ତାହା ଭାଗ୍ୟବତୀ ହେବାକୁ ଲଗାଇଥାନ୍ତି ମହିଳା ମାନେ ।

ସଧବା ନାରୀ ମାନେ ନିହାତି 4ଟି ଜାଗାରେ ସିନ୍ଦୁର ଲଗାଇବା ଉଚିତ । ମହିଳା ମାନେ ସିନ୍ଥିରେ ଯେଉଁ ସିନ୍ଦୁର ଲଗାନ୍ତି ତାହା ସତୀର ପ୍ରତୀକ, କଣ୍ଠ ପ୍ରଦେଶର ସିନ୍ଧୁର ଲଗାନ୍ତି ତାହା ମୁକ୍ତିର ପ୍ରତୀକ, କପାଳରେ ସିନ୍ଦୁର ଲଗାନ୍ତି ତାହା ଭକ୍ତିର ପ୍ରତୀକ ଏବଂ ମଣିବନ୍ଧରେ ସିନ୍ଦୁର ଲଗାନ୍ତି ତାହା ଶକ୍ତିର ପ୍ରତୀକ ।

ସିନ୍ଥିରେ ସିନ୍ଦୁର ଲଗାଇବା ସମୟରେ ଓମ ମହାଲକ୍ଷ୍ମୀ ମନ୍ତ୍ରାୟ ମନ୍ତ୍ର ଉଚ୍ଚାରଣ କରନ୍ତୁ । ଲଲାଟରେ ସିନ୍ଦୁର ଲଗାଇବା ସମୟରେ ଓମ ସାବିତ୍ରୀ ଦେବୀ ନମହ, କଣ୍ଠରେ ସିନ୍ଧୁର ଧାରଣ ସମୟରେ ଓମ ସରସ୍ଵତୀ ଦେବୀ ନମହ, ମଣିବନ୍ଧରେ ସିନ୍ଧୁର ଲଗାଇବା ସମୟରେ ଓମ ପାର୍ବତୀ ଦେବୀ ନମହ ମନ୍ତ୍ର ଜପ କରନ୍ତୁ । ବନ୍ଧୁଗଣ ଆଜି ଆପଣ ଜାଣିଲେ ସିନ୍ଦୁର କେଉଁ ଜାଗାରେ ଲଗାଇଲେ ଓ କେମିତି ଲଗାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button