ଦେଶ

ଯବାନଙ୍କ ପାଇଁ ଛାତ୍ର ଜଣଙ୍କ ତିଆରି କଲେ AI ମେସିନ ଗନ, ଶତୃଙ୍କୁ ଖୋଜି ଖୋଜି କରିଥାଏ ଶିକାର

ପୁଲବାମା ଆକ୍ରମଣ ପରେ ଯେଉଁଠି ପୁରା ଦେଶ ସେନା ପାଇଁ ପ୍ରତିଶୋଧ ଦାବି କରୁଥିଲା ସେଇଠି ଦେଶର ଜଣେ ଯୁବକ ସମସ୍ତଙ୍କ ଠାରୁ ଅଲଗା ସେନାକୁ ମଝବୁତ କରିବା ପାଇଁ ନିଜର ମୁଣ୍ଡ ଲଗାଇଥିଲା ଓ ସେହି ଛାତ୍ରର ନାମ ବିଶାଲ । ବିଶାଲ ମେକାନିକାଲ ଇଞ୍ଜିନିୟରିଂ ର ଛାତ୍ର ଅଟେ । ସେ ନିଜର ପାଠ ଓ ବୁଦ୍ଧି କୁ ପ୍ରୟୋଗ କରି ଗୋଟିଏ ଇଣ୍ଟେଲିଗେଣ୍ଟ ମେସିନ ଗନ ତିଆରି କଲା ଓ ଯାହା ବହୁତ ହାଇଟେକ ଅଟେ । ଏବେ ଆପଣ ପଚାରିବେ କି ଏହା କେମିତିକା ଓ କିପରି କାମ କରିଥାଏ ।

ଏହି ଗନ ଅଟୋମେଟିକ କାମ କରିଥାଏ । ଏହା ଶତୃକୁ ଦେଖିବା ମାତ୍ରେ ତା ଉପରେ ଆକ୍ରମଣ କରିଦେବ କିନ୍ତୁ ଯବାନଙ୍କୁ ଦେଖିଲେ ତାଙ୍କୁ ଛୁଇଁବ ବି ନାହିଁ କେତେ ବି ଅନ୍ଧାର ହୋଇ ଥାଉ ନା କାହିଁକି  । ପ୍ରକୃତରେ ଯେଉଁ ଜାଗାରେ ଏହି ମେସିନ ଗନ ଲଗାଯିବ ସେଠାରେ ଯବାନଙ୍କୁ ନିଜ ଉପରେ ଗୋଟିଏ ଚିପ ଲଗାଇବାକୁ ପଡିବ ଯାହା ଦ୍ଵାରା ଗନ ତାଙ୍କୁ ଚିହ୍ନିଯିବ ଓ ତାଙ୍କ ଉପରେ ଆକ୍ରମଣ କରିବ ନାହିଁ । କିନ୍ତୁ ଯଦି ତାକୁ ଏମିତି କୌଣସି ମୁଭମେଣ୍ଟ ଦେଖାଯିବ ଯାହା ପାଖରେ ଚିପ ନ ଥିବ ସେ ତା ଉପରେ ତୁରନ୍ତ ଆକ୍ରମଣ କରିଦେବ ଓ ଆଲାର୍ମ ବାଜିବାକୁ ଲାଗିବ ।

ଏହି ଟେକନିକ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ଯଦି ଏହାକୁ ଠିକ ଭାବରେ ଡ଼ିଆରଡ଼ିଓ ରେ ଯାଇ ଡେଭଲପ କରାଯାଏ । ଏବେ ଆବଶ୍ୟକତା ଅଛି କି ଏହି ପ୍ରକାରର ଟେକନିକକୁ ସମୟ ସହିତ ଆର୍ମିରେ ପ୍ରୟୋଗ କରାଯିବାର ଯାହା ଦ୍ଵାରା ସେନାର ଯବାନମାନଙ୍କର ଜୀବନ ବଞ୍ଚା ଯାଇପାରିବ ।

କିନ୍ତୁ ଦୁର୍ଭାଗ୍ୟ କଥା ହେଲା ଦେଶରେ ଏମିତି ବହୁତ ଟ୍ୟାଲେଣ୍ଟେଡ ପିଲା ଅଛନ୍ତି ଯିଏ ନିଜର ଛୋଟ ଛୋଟ ଆବିଷ୍କାର ଦ୍ଵାରା ଦୁନିଆକୁ ଚମକାଇ ଦେଇଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନିଜ ଦେଶରେ ହିଁ ପରିଚୟ ମିଳିପାରେ ନାହିଁ ଓ ତାଙ୍କୁ ଦୂର ଦେଶର କିଛି କମ୍ପାନୀ ସହଜରେ ହାୟର କରନ୍ତି । ଏହିପରି ଜିନିଷ ପ୍ରାୟତଃ ହୋଇଥାଏ ଓ ଏମିତି ଟ୍ୟାଲେଣ୍ଟକୁ ପ୍ରକୃତ ସମ୍ମାନ ମିଳିବା ଆବଶ୍ୟକ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button