ଦେଶ

ଭାରତନେଟ୍ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରୀ – Ibnodisha

[ad_1]

ନୂଆଦିଲ୍ଲୀ: ଶନିବାର ଭାରତନେଟ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ଦୂରସଂଚାର ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସରକାରଙ୍କ ମହତ୍ତ୍ୱକାଂକ୍ଷୀ ଭାରତନେଟ୍ ପ୍ରକଳ୍ପର ପରବର୍ତ୍ତୀ ପର୍ଯ୍ୟାୟକୁ ଆଗେଇ ନେବା ପାଇଁ ୧.୩ ଟ୍ରିଲିୟନ୍ (୧୭ ବିଲିୟନ ଡ଼ଲାର) ବିନିଯୋଗ କରାଯିବ । ବିଜନେସ୍ ଷ୍ଟାଣ୍ଡାର୍ଡର ରିପୋର୍ଟ ଅନୁଯାୟୀ, ଭାରତନେଟ୍‌ର ଲକ୍ଷ୍ୟ ପ୍ରତ୍ୟେକ ଭାରତୀୟ ଗ୍ରାମକୁ ଫିକ୍ସଡ୍ ଲାଇନ୍ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇବା । ଖବର ଅନୁଯାୟୀ, କ୍ୟାବିନେଟ ବୈଠକରେ ଭାରତନେଟର ପରବର୍ତ୍ତୀ ପର୍ଯ୍ୟାୟକୁ ଆଗକୁ ନେବା ପାଇଁ ଏକ ନୂତନ ଅପରେସନ୍ ମଡେଲ୍ ମଧ୍ୟ ଗ୍ରହଣ କରାଯାଇଛି, ଯାହା ଆସନ୍ତା ଦୁଇ ମାସ ମଧ୍ୟରେ ସାରା ଦେଶରେ ଅଢେଇ ଲକ୍ଷ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬ ଲକ୍ଷ ୭୪ ହଜାର ଗାଁକୁ ଆଚ୍ଛାଦନ କରିବାକୁ ଲକ୍ଷ୍ୟ ରଖିଛି । ସୂଚନାଥାଉକି, ଅଗଷ୍ଟ ୨୦୨୦ରେ, ସରକାର ଦେଶର ପ୍ରତ୍ୟେକ ଗ୍ରାମକୁ ଅପ୍ଟିକାଲ ଫାଇବର କେବୁଲ ମାଧ୍ୟମରେ ଇଣ୍ଟରନେଟର ଅତି କମରେ ୧୦୦ ଏମବିପିଏସ ବ୍ୟାଣ୍ଡୱିଡଥ ଯୋଗାଇବା ପାଇଁ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା, ୧ ଲକ୍ଷ ୯୪ ହଜାର ଗ୍ରାମ ୫ ଲକ୍ଷ ୮୪ ହଜାର କିଲୋମିଟର ଫାଇବର ଅପ୍ଟିକ କେବୁଲ ସହିତ ସଂଯୁକ୍ତ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button