ଅପରାଧ

ପତ୍ନୀ ଓ ଦୁଇ ଝିଅଙ୍କୁ ହତ୍ୟା ପରେ ସଫ୍ଟୱେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା ! – Ibnodisha

[ad_1]

ବେଙ୍ଗାଲୁରୁ: ଗୋଟିଏ ପରିବାରର ୨ ଶିଶୁକନ୍ୟାଙ୍କ ସମେତ ୪ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ହେବା ଘଟଣାରେ ଧିରେ ଧିରେ ପରଦା ହଟିବାରେ ଲାଗିଛି । ଆନ୍ଧ୍ର ପ୍ରଦେଶର ଜଣେ ସଫ୍ଟୱେର ଇଞ୍ଜିନିୟର ନିଜ ପତ୍ନୀ ଓ ୨ ଶିଶୁକନ୍ୟାଙ୍କୁ ହତ୍ୟା କରିବା ପରେ ୩ ମୃତଦେହ ସହିତ ୩ ଦିନ ରହିଥିଲେ । ପରେ ଅଗଷ୍ଟ ପହିଲାରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଗଷ୍ଟ ୩ ତାରିଖରେ ଏହି ସନ୍ଦେହଜନକ ମୁତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଏହି ବ୍ୟକ୍ତିଜଣଙ୍କ ଆନ୍ଧ୍ର ପ୍ରଦେଶର ୩୧ ବର୍ଷୀୟ ବୀରର୍ଜୁନ ବିଜୟ ।

ସେ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ବେଳେ ପତ୍ନୀ ୨୯ ବର୍ଷୀୟା ହେମାବତୀଙ୍କ ସହ ରହୁଥିଲେ । ଉଭୟଙ୍କର ବିବାହ ୬ ବର୍ଷ ତଳେ ହୋଇଥିଲା । ଦମ୍ପତିଙ୍କର ଦେଢବର୍ଷ ଓ ୮ ମାସର ଦୁଇ କନ୍ୟା ସନ୍ତାନ ମଧ୍ୟ ଥିଲେ । ଗତମାସ ଜୁଲାଇ ୩୧ ରେ ବିଜୟ ପ୍ରଥମେ ପତ୍ନୀ ହେମଲତାଙ୍କୁ ହତ୍ୟା କରିଥିଲେ । ମୃତଦେହ ଘରେ ଲୁଚାଇ ରଖିଥିଲେ । ପରେ ତାର ଅଗଷ୍ଟ ୧ ରେ ସେ ନିଜର ଦୁଇ କନ୍ୟା ସନ୍ତାନଙ୍କୁ ମଧ୍ୟ ହତ୍ୟା କରିଥିଲେ । ପରେ ୩ଟି ମୃତଦେହ ଘରେ ଲୁଚାଇ ରଖିବା ସହ ୩ ଦିନ ରହିଥିଲେ । ପରେ ଅଗଷ୍ଟ ୩ ତାରିଖରେ ସେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅଗଷ୍ଟ ୩ ତାରିଖରେ କାଦୁଗୋଡି ପୋଲିସ ଷ୍ଟେସନର ସିଗେହାଲିରେ ଥିବା ଆପାର୍ଟମେଣ୍ଟରେ ୪ଟି ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ ହେବା ପରେ କଲୋନୀବାସୀ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । ଆଜି ଏହି ସୂଚନା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ସଫ୍ଟୱେର ଇଞ୍ଜିନିୟରଜଣକ କାହିଁକି ଏପରି କଲେ,ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି । ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପୋଲିସ ଜେରା କରିଛି । ଅନ୍ୟପଟେ ମୃତ ସଫ୍ଟୱେର ଇଞ୍ଜିନିୟରଙ୍କ ଲ୍‌ଯାପଟପ ଓ ମୋବାଇଲ ପୋଲିସ ଜବତ କରି ଫୋରେନସିକ ଲ୍ୟାବକୁ ପଠାଇଥିଲା । ଏଥିରୁ ମିଳୁଥିବା ତଥ୍ୟ ଅନୁସାରେ, ବିଜୟ ଏକ କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଓ ଟିମ୍ ଲିଡର ଭାବେ କାର୍ଯ୍ୟ କରୁଥିଲେ । ସେ କିଛି ମାସ ପୂର୍ବରୁ ସେୟାର ମାର୍କେଟରେ ମଧ୍ୟ ନିବେଶ କରିଥିଲେ । ହେଲେ କ୍ଷତି ସହିଥିଲେ । କିଛି ଋଣ ମଧ୍ୟ କରିଥିଲେ । ସେହି କାରଣରୁ ମାନସିକ ବିଷାଦରେ ଥିଲେ । ତେଣୁ ସେ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ତଦନ୍ତ ଜାରି ରହିଛି ଓ ସମ୍ପୂର୍ଣ୍ଣ କାରଣ ଜଣାପଡିବା ନେଇ ପୋଲିସ କହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button