ଅପରାଧ

ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୯୦ବର୍ଷ ବୃଦ୍ଧଙ୍କୁ ୮ ବର୍ଷ ଜେଲଦଣ୍ଡ – Ibnodisha

[ad_1]

ଲକ୍ଷ୍ନୌ: ଦିନକୁ ଦିନ ଅସୁରକ୍ଷିତ ହୋଇଯାଉଛନ୍ତି ମହିଳା । ଦେଶରେ ବାରମ୍ବାର ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଥିବା ବେଳେ ଦୀର୍ଘ ୭ ବର୍ଷ ପରେ ଆଜି ଦୁଇ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ପୋସ୍କୋ ଅଧିନିୟମ ୨୦୧୨ ଅନୁଯାୟୀ ଦାୟର କରାଯାଇଥିବା ଏକ ମାମଲାର ରାୟ ପ୍ରକାଶ ପାଇଛି । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପାସ୍କୋ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

ଏହାସହ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଉତ୍ତର ପ୍ରଦେଶର ଆଲିଗଡରେ ୨୦୧୭ ମସିହାରେ ଏହି ଦୁଷ୍କର୍ମ ଘଟିଥିବା ବେଳେ ଏହାର ରାୟ ପ୍ରକାଶ ପାଇଛି । ତେବେ ଏହି ଘଟଣା ସମ୍ପର୍କରେ ଓକିଲ ଲଳିତ ପାଣ୍ଡିର କହିଛନ୍ତି ଯେ, ଏହି ଘଟଣା ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖରେ ଉତ୍ତର ପ୍ରଦେଶ ଆଲିଗଡର ପିସାୱା ଅଞ୍ଚଳରେ ଘଟିଥିଲା । ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଏବଂ ତାଙ୍କ ଗାଁର ଅନ୍ୟ ଜଣେ ଝିଅ, ଯାହାର ବୟସ ୭ ବର୍ଷ, ଦୁହେଁ ଘର ବାହାରେ ଖେଳୁଥିଲେ । ଏହି ସମୟରେ ସେହି ଗାଁର ମିଥନ ଦୁଇ ନାବାଳିକାଙ୍କୁ ଘର ଭିତରକୁ ନେଇଯାଇଥିଲା ।

ଘର ଭିତରେ ଅଭିଯୁକ୍ତ ମିଥନ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଏହି ସମୟରେ ସେହି ଗାଁର ଜଣେ ଯୁବକ ଝିଅମାନଙ୍କର ଚିତ୍କାର ଶୁଣିଥିଲେ । ପରେ ଦୁଇ ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଏନେଇ ପୀଡ଼ିତା ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ଆଧାରରେ ପୋଲିସ ଡାକ୍ତରୀମାଇନା କରିବା ପରେ ମିଥନକୁ ଗିରଫ କରିଥିଲା । ଏହି ମାମଲାର ତଦନ୍ତ ବେଳେ ଅଭିଯୁକ୍ତ ମିଥନ ୯୦ ବର୍ଷ ବୟସ୍କ ଏବଂ ସେ ଅସୁସ୍ଥ ବୋଲି ଜଣା ପଡ଼ିଥିଲା । ଏଥିସହ ସମସ୍ତ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଅଭିଯୁକ୍ତ ମିଥନକୁ ୮ ବର୍ଷ ଜେଲ ଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା ଦେବା ସହ ଏହି ଅର୍ଥ ରାଶିର ୫୦ ପ୍ରତିଶତ ପୀଡିତାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଦୀର୍ଘ ୭ ବର୍ଷ ପରେ ନାବାଳିକା ଦୁଇ ଜଣଙ୍କୁ ନ୍ୟାୟ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button