ଦେଶ

ଜି-୨୦ ପରେ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ପି-୨୦ – Ibnodisha

[ad_1]

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ ପରେ ଏବେ ରାଜଧାନୀ ଦିଲ୍ଲୀରେ ପି-୨୦ ବୈଠକ ପାଇଁ ପ୍ରସ୍ତୁତି ସମାପ୍ତ ହୋଇଛି । ଏହି ସମ୍ମିଳନୀ ଅକ୍ଟୋବର ୧୩ ଓ ୧୪ ତାରିଖରେ ଦିଲ୍ଲୀର ଦ୍ୱାରକା ଠାରେ ନିର୍ମାଣ ହୋଇଥିବା ନୂଅ କନଭେନସନ୍ ସେଣ୍ଟରରେ ଆୟୋଜନ କରାଯିବ । ଜି-୨୦ ଭଳି ପି-୨୦ ପାଇଁ ପୂରା ଦିଲ୍ଲୀ ସଜେଇ ହୋଇଛି । ବିଶେଷ କରି ଦ୍ୱାରକାର ସଂପୁର୍ଣ୍ଣ ଅଞ୍ଚଳକୁ କଡା ସୁରକ୍ଷା ଭିତରେ ରଖାଯାଇଛି ।
ବାସ୍ତବରେ ଜି-୨୦ ବୈଠକ ସହ ଜଡିତ ଏହି ପି-୨୦ ବୈଠକ । ଏହି ବୈଠକରେ ଜି-୨୦ ବୈଠକରେ ସାମିଲ ହୋଇଥିବା ସମସ୍ତ ଦେଶର ସଂସଦର ପ୍ରିଜାଇଡିଂ ଅଫିସରମାନେ ଯୋଗ ଦେଇଥାନ୍ତି । ଏଠାରେ ପି ଅର୍ଥ ସଂସଦ ବା ପାର୍ଲ୍ୟାମେଣ୍ଟା ଏହା ବ୍ୟତୀତ ଆମନ୍ତ୍ରିତ ଦେଶର ପ୍ରିଜାଇଡିଂ ଅଫିସରମାନେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି । ଭାରତୀୟ ସଂସଦର ଅଧ୍ୟକ୍ଷତାରେ ଜି-୨୦ ଦେଶର ସଂସଦର ଅଧ୍ୟକ୍ଷମାନେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବେ । ଜି-୨୦ ପରେ ପ୍ରତିବର୍ଷ ପି-୨୦ ବୈଠକ ଅନୁଷ୍ଠିତ ହୋଇଥାଏ । ଏଥର ଭାରତରେ ଏହାର ଆୟୋଜନ କରାଯାଇଛି । ଏହା ହେଉଛି ଭାରତରେ ଆୟୋଜିତ ହେଉଥିବା ନବମ ପି-୨୦ ଶିଖର ସମ୍ମିଳନୀ ।
ଅକ୍ଟୋବର ୧୩ ତାରିଖରେ ଜି-୨୦ ସଦସ୍ୟ ଦେଶର ସଂସଦର ଅଧ୍ୟକ୍ଷଙ୍କ ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଯେଉଁଥିରେ ଲିଙ୍ଗଗତ ସମାନତା, ପରିବେଶ, ଗଣତନ୍ତ୍ରର ଶକ୍ତି, ମହିଳା ନେତୃତ୍ୱ ବିକାଶ, ସବୁଜ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହେବ ।
ଜି-୨୦ ଭଳି ଏଥର ପି-୨୦ ଶିଖର ସମ୍ମିଳନୀରେ ବିଷୟବସ୍ତୁ ରହିଛି ‘ବସୁଧୈବ କୁଟୁମ୍ବକମ୍- ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ’ । ଭାରତ ତରଫରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ । ସେହିଭଳି ଅନ୍ୟଦେଶର ସଂସଦ ମୁଖ୍ୟମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାକୁ ଭାରତରେ ପହଂଚିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button