ଦେଶ

ଭାରତ ଗସ୍ତକୁ ସ୍ଥଗିତ ରଖି ଚୀନରେ ପହଞ୍ଚିଥିଲେ ଏଲନ୍ ମସ୍କ – Ibnodisha

[ad_1]

ନୂଆଦିଲ୍ଲୀ: ଟେସ୍ଲାର ସିଇଓ ଏଲନ୍ ମସ୍କ ଚଳିତ ମାସରେ ଭାରତ ଆସିବାର ଥିଲା। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବାର ଥିଲା। ଏହାକୁ ନେଇ ଭାରତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବିଭିନ୍ନ ପ୍ରକାର ପ୍ରସ୍ତୁତି ମଧ୍ୟ କରାଯାଉଥିଲା। ତେବେ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଥିଲା। ଟେସ୍ଲା ସିଇଓ କହିଥିଲେ ଯେ ସେ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ସେ କିଛି ମାସ ପରେ ଭାରତ ଗସ୍ତରେ ଆସିବେ। ଏବେ ଏଲନ୍ ମସ୍କ ହଠାତ୍ ଚୀନରେ ପହଞ୍ଚିଛନ୍ତି। ଇଲେକ୍ଟ୍ରିକ୍ ଯାନ କ୍ଷେତ୍ର ପାଇଁ ଚୀନ୍ ହେଉଛି ଦ୍ୱିତୀୟ ବୃହତ୍ତମ ବଜାର। ଭାରତ ପରିବର୍ତ୍ତେ ତାଙ୍କର ଚୀନ ଗସ୍ତକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଏଲନ୍ ମସ୍କଙ୍କ ଏହି ଗସ୍ତ ବିଷୟରେ କେହି ଅବଗତ ନଥିଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେ ହଠାତ୍ ବେଜିଂରେ ପହଞ୍ଚିଯାଇଛନ୍ତି। ଏଠାରେ ସେ ଚୀନ  ସରକାରଙ୍କ ଶୀର୍ଷ ଅଧିକାରୀଙ୍କୁ ଭେଟିବାକୁ ଯାଉଛନ୍ତି। ଚୀନରେ ସମ୍ପୂର୍ଣ୍ଣ ସେଲ୍ଫ ଡ୍ରାଇଭିଂ ସଫ୍ଟଓୟାର ଲଞ୍ଚ କରିବା ବିଷୟରେ ଆଲୋଚନା କରିବା ପାଇଁ ସେ ବେଜିଂରେ ଥିବା ଜଣାପଡିଛି । ଟେସ୍ଲାର ସ୍ୱୟଂଚାଳିତ ଡ୍ରାଇଭିଂ ଟେକ୍ନୋଲୋଜିରେ ଉନ୍ନତି ଆଣିବା ପାଇଁ ସେ ଏହି ସଫ୍ଟୱେୟାରରୁ ମିଳିବାକୁ ଥିବା ଡାଟାର ବ୍ୟବହାର ଅନ୍ୟଦେଶଗୁଡ଼ିକରେ କରିବା ପାଇଁ ଚୀନ ସରକାରଙ୍କ ଠାରୁ ଅନୁମୋଦନ ଲୋଡିବେ । ନିକଟରେ ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ଖୁବଶୀଘ୍ର ଚୀନରେ ସମ୍ପୂର୍ଣ୍ଣ ସେଲ୍ଫ ଡ୍ରାଇଭିଂ ସଫ୍ଟୱେୟାର ଲଞ୍ଚ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button