କେଜ୍ରିଓ୍ବାଲଙ୍କ ନୂଆ ଠିକଣା ତିହାର ଜେଲ; କଟିଲା ପ୍ରଥମ ରାତି – Ibnodisha
[ad_1]
ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ବାଲ, ତିହାର ଜେଲର କଏଦୀ ନମ୍ବର ୬୭୦। ଏହା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନୂଆ ପରିଚୟ । ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି କେଜ୍ରିଓ୍ବାଲ । ତିହାର ଜେଲର ବାରାକ ନମ୍ବର ୨ ତାଙ୍କର ନୂଆ ଠିକଣା ହୋଇଛି। ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଟିଛି ପ୍ରଥମ ରାତି। କ୍ଷମତାରେ ଥିବା ସମୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସେ ଜେଲ ଯାଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଉଜ ଆଭେନ୍ୟୁ କୋର୍ଟ ତାଙ୍କୁ ଗତକାଲି ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।
ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସେ ହାଜତରେ ରହିବେ। ତିହାର ଜେଲରେ ରହିଛନ୍ତି କେଜ୍ରିଓ୍ବାଲ। ତାଙ୍କ ଉପରେ ନଜର ରଖିବା ପାଇଁ ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା କରାଯାଇଛି । ଅନ୍ୟ କଏଦୀଙ୍କ ପରି କେଜ୍ରିଓ୍ବାଲଙ୍କୁ ମଧ୍ୟ ଖାଦ୍ୟ ପରଷା ଯିବ । ଆଜି ସକାଳେ ଉଠିବା ପରେ ଜଳଖିଆରେ ତାଙ୍କୁ ଚା’ ଓ ବ୍ରେଡ ଦିଆଯିବ। ପୂର୍ବହ୍ନ ୧୦ଟାରୁ ୧୧ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ । ଭୋଜନରେ ରୁଟି, ଭାତ, ଡାଲି ଏବଂ ତରକାରୀ ପରଷାଯିବ । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାଏଟର ବ୍ୟବସ୍ଥା ମଧ୍ୟ କରାଯାଇଛି ।
କେଜ୍ରିୱାଲଙ୍କୁ ମଧ୍ୟାହ୍ନରେ ନିଜ କୋଠରୀକୁ ଯାଇ ସେଠାରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରହିବାକୁ ପଡିବ। ଅପରାହ୍ନ ୪ଟାରେ ସେ ତାଙ୍କ ଓକିଲକୁ ଭେଟିପାରିବେ। ସରକାରୀ ଚ୍ୟାନେଲରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସେ ଦେଖିପାରିବେ। ଜେଲକୁ ଯିବା ସମୟରେ କେଜ୍ରିୱାଲ ସାଙ୍ଗରେ ଜରୁରୀ ଔଷଧ ଏବଂ ବହି ନେବାକୁ ଅନୁମତି ଦେବାକୁ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜେଲ ମାନୁଆଲ ଅନୁଯାୟୀ ଡାକ୍ତରଙ୍କ ଗୋଟିଏ ଟେବୁଲ୍ ଏବଂ ଚେୟାର, ଏକ ଧାର୍ମିକ ଲକେଟ୍ ଏବଂ ଏକ ସ୍ବତନ୍ତ୍ର ଡାଏଟ୍ ପ୍ରଦାନ କରିବାକୁ କୋର୍ଟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ଗତକାଲି କୋର୍ଟରେ ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କୁ ଜେଲରେ ଗୀତା, ରାମାୟଣ ଓ ହାଓ ପ୍ରାଇମିୱିଷ୍ଟର୍ସ ଡାସାଇଡ ବୁକ ଦେବାକୁ ଓକିଲ ରମେଶ ଗୁପ୍ତା କୋର୍ଟଙ୍କୁ କହିଥିଲେ ।
[ad_2]