ରାଜ୍ୟ

ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ; ୭ଟାରୁ ସାଢେ ୧୧ଟା ଯାଏ ଚାଲିବ କ୍ଲାସ୍ – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରଭାବ । କଲବଲ କଲାଣି ଅସହ୍ୟ ତାତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସମୟରୁ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସକାଳ ୭ଟାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ଦିନ ୧୧.୩୦ ପର‌୍ୟ୍ୟନ୍ତ ଚାଲିବ । ସେହିପରି ଅଙ୍ଗନବାଡ଼ିରେ ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ ପାଠପଢା ହେବ । ଏହି ସମୟରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗ ସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ କ୍ରମାଗତ ଭାବେ ବଢୁଛି ତାପମାତ୍ରା । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରତିକାର ଓ ମୁକାବିଲା କରାଯିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ମଧ୍ୟରେ ପ୍ରକାଶ ପାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button