ମହାରାଷ୍ଟ୍ର ହସ୍ପିଟାଲରେ ଗୋଟିଏ ଦିନରେ ୧୨ ନବଜାତଙ୍କ ସମେତ ୨୪ ରୋଗୀଙ୍କ ମୃତ୍ୟୁ – Ibnodisha
[ad_1]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାନ୍ଦେଡ଼ର ଏକ ସରକାରୀ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ ନବଜାତ ଶିଶୁ ଓ ୧୨ ବୟସ୍କଙ୍କ ମୃତ୍ୟୁ ଘଟିଛି। ନାନ୍ଦେଡର ଶଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାର ଡିନ୍ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ବୟସ୍କ ବ୍ୟକ୍ତି ବିଭିନ୍ନ ରୋଗରେ ପ୍ରାଣ ହରାଇଛନ୍ତି।
‘ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ ପୁଅ ଓ ୬ ଜଣ ଝିଅ ଶିଶୁଙ୍କ ମୃତ୍ୟୁ ଘଟିଛି। ଏତଦବ୍ୟତୀତ ୧୨ ଜଣ ବୟସ୍କ ବ୍ୟକ୍ତି ବିଭିନ୍ନ ରୋଗରେ ପ୍ରାଣ ହରାଇଥିଲେ, ଯେଉଁଥିରେ ଅଧିକାଂଶ ସାପ କାମୁଡାରେ ଥିଲେ। ହସ୍ପିଟାଲର ବିଭିନ୍ନ କର୍ମଚାରୀଙ୍କୁ ବଦଳି କରାଯାଉଥିବାରୁ ଆମେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲୁ। ଆମେ ଏକ ତୃତୀୟସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୭୦ରୁ ୮୦ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଏହା ଏକମାତ୍ର ଚିକିତ୍ସା ପ୍ରଦାନ କରୁଥିବା ସ୍ଥାନ। ତେଣୁ ଦୂରଦୂରାନ୍ତରୁ ବହୁ ରୋଗୀ ଆମ ପାଖକୁ ଆସନ୍ତି। ତେବେ, ରୋଗୀଙ୍କ ସଂଖ୍ୟା ବଢିଗଲେ ଏହା ଆମ ପାଇଁ ସମସ୍ୟା ସୃଷ୍ଟି କରିଥାଏ। କିନ୍ତୁ ଆମେ ସ୍ଥାନୀୟ ସ୍ତରରେ ଔଷଧ କିଣି ରୋଗୀଙ୍କୁ ଯୋଗାଇ ଦେଇଥିଲୁ’ ବୋଲି ଡିନ୍ କହିଛନ୍ତି।
ଏହି ଘଟଣାରେ ମହାରାଷ୍ଟ୍ରର ବିରୋଧୀ ଦଳମାନେ ରାଜ୍ୟର ଏକନାଥ ସିନ୍ଦେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏହି ଘଟଣାରେ ଟ୍ରିପଲ ଇଞ୍ଜିନ ସରକାର (ବିଜେପି, ଏକନାଥ ସିନ୍ଦେ ସେନା ଏବଂ ଏନସିପିର ଅଜିତ ପାୱାର ଗୋଷ୍ଠୀ) ଦାୟିତ୍ୱ ନେବା ଉଚିତ୍।
[ad_2]