ଦେଶ

ପ୍ରଥମେ ଯୁବତୀଙ୍କୁ ଯୌନ ଶୋଷଣ ଆଉ ତାପରେ…. – Ibnodisha

[ad_1]

ନୂଆଦିଲ୍ଲୀ: ପୁଲିସ କର୍ମଚାରୀଙ୍କ ଲଜ୍ଜାଜନକ କାମ… । ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଲଜ୍ୟାଜନକ ଘଟଣା। ଏଠାରେ ଓରେୟା ଜିଲ୍ଲାର ଦିବିୟାପୁରରେ ନିୟୋଜିତ ଥିବା ଜଣେ ପୁଲିସ କର୍ମଚାରୀ ଜଣେ ମହିଳାଙ୍କୁ ତିନିବର୍ଷ ପର୍ଯ୍ୟନ୍ତ ଶାରୀରିକ ନିର୍ଯାତନା ଦେଇଥିଲେ। ବାରମ୍ବାର ପୁଲିସ କର୍ମଚାରୀଙ୍କ ଦ୍ବାରା ନିର୍ଯାତନାର ଶିକାର ହେବାପ‌ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ପୁଲିସ କର୍ମଚାରୀଙ୍କୁ ଗିରଫ କରିବା ସହିତ ଜେଲ ପଠାଇ ‌ଦେଇଛି।

ଏଥିସହିତ ଉଚ୍ଚ ଅଧିକାରୀ ବିଭାଗୀୟ ଯାଞ୍ଚର ଆଦେଶ ଦେଇଛନ୍ତି।ସୂଚନାଯୋଗ୍ୟ, ୨୦୨୦ ମସିହାରେ ଓରେୟା ଜିଲ୍ଲାର ଦିବିୟାପୁର ଥାନାରେ ନିୟୋଜିତ ଥିବା ପୁଲିସ କର୍ମଚାରୀ ମୁକେଶ କୁମାରଙ୍କ ପାଖକୁ ଜଣେ ମହିଳା ଯୌତୁକ ନିର୍ଯାତନା ଅଭିଯୋଗ ନେଇ ଆସିଥିଲେ। ମୁକେଶ କୁମାର ଏହାର ଯାଞ୍ଚ କରୁଥିଲେ। ଏହି ସମୟରେ ପୀଡିତା ମହିଳା ପୁଲିସ କର୍ମଚାରୀଙ୍କ ସହିତ ସମ୍ପର୍କରେ ଆସିଥିଲେ।

ପୀଡ଼ିତ ମହିଳା ଅଭିଯୋଗ କରି କହିଛନ୍ତି, ‘ପୁଲିସ କର୍ମଚାରୀ ମୁକେଶ ମୋର ଅସୁବିଧାର ଫାଇଦା ଉଠାଇ ମୋ ସହିତ ଦୁଷ୍କର୍ମ କରିଥିଲେ। ମୁଁ ଲୋକଲଜ୍ଜାଭୟରେ କାହାକୁ କିଛି କହି ପାରୁ ନଥିଲି। କିନ୍ତୁ ଏହି ଅତ୍ୟାଚାରକୁ ଆଉ ସହି ପାରିଲି ନାହିଁ। ଶେଷରେ ମୁଁ ସାମ୍ନାକୁ ଆସି ପୁଲିସ କର୍ମଚାରୀ ମୁକେଶ କୁମାରଙ୍କ ବିରୋଧରେ ମାମଲା ରୁଜୁ କରି ନ୍ୟାୟ ଭିକ୍ଷା କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button