ମାନବିକତା ଓ ଉତ୍ତମ ବ୍ୟବହାର ସହ ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ କରି ପ୍ରଶଂସା ସାଉଁଟୁଛି ଦେବଗଡ଼ ପୁଲିସ – Ibnodisha

[ad_1]
ଦେବଗଡ଼: ପୁଲିସ କୁ ଜନସାଧାରଣ ମୁଖ୍ୟତଃ ଅପରାଧିକ ଘଟଣା ନିୟନ୍ତ୍ରଣ କରୁଥିବା କିମ୍ବା ସହରରେ ଆକ୍ସନ ମୋଡ଼ରେ ଦେଖିଥାନ୍ତି l ଅନେକ ସମୟରେ ପୁଲିସ ନିଜର ବ୍ୟବହାର ପାଇଁ ସମାଲୋଚନାର ଶିକାର ହେଉଥିବା ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ଅପରାଧ ଓ ଅପରାଧୀଙ୍କୁ ଠାବ କରିବାରେ ବିଫଳ ହୋଇ ଜନ ଆକ୍ରୋଶର ଶିକାର ହୋଇଥାଏ l ଦେବଗଡ଼ ଜିଲ୍ଲାରେ କିନ୍ତୁ ପୁଲିସର ମାନବିକତା ଏବଂ ଉତ୍ତମ ବ୍ୟବହାର ସହ ଅପରାଧ ଓ ଅପରାଧୀଙ୍କୁ ଠିକ ସମୟରେ କାବୁ କରିବା ନେଇ ପ୍ରତିଟି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ସାଜିଛି ଦେବଗଡ଼ ପୁଲିସ l
ମୃତ୍ୟୁ ଶୂନ୍ୟ ସଡ଼କ ଦୁର୍ଘଟଣା ସପ୍ତାହ ପାଳନ ଅବସରରେ ଦେବଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନଵ ପ୍ରୟାସକୁ ମିଳୁଛି ପ୍ରଶଂସାର ସୁଅ l ଏପରିକି ଦେବଗଡ଼ ପୁଲିସର ଏହି ପ୍ରୟାସକୁ ଖୋଦ ରାଜ୍ୟ ସରକାର ସ୍ୱୀକୃତି ଦେଇ ରାଜପଥ କଡ଼ ଢ଼ାବା ଓ ହୋଟେଲରେ ରାତ୍ରି କାଳୀନ ଗାଡି ଚାଳକଙ୍କୁ ଚା ପ୍ରଦାନ ନିଷ୍ପତି ନେଇଛନ୍ତି l ଏଥିସହ ମୃତ୍ୟୁ ଶୂନ୍ୟ ସଡ଼କ ସପ୍ତାହ ଅବସରରେ ରାସ୍ତା ଦୁର୍ଘଟଣାରେ କୌଣସି ଜୀବନ ହାନୀ ଘଟି ନଥିବାରୁ ଜିଲ୍ଲା ପୁଲିସର ଅଭିନଵ ପ୍ରୟାସ ବାସ୍ତବ ରୂପ ନେବାରେ ସମର୍ଥ ହୋଇଛି l ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକ ଉପରେ ଯାନବାହାନ ଯାଞ୍ଚ ବେଳେ ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କରାଯାଉ ଥିବା ବେଳେ ରାଜପଥ ଉପରେ ବେନିୟମ ପାର୍କିଂ କରୁଥିବା ଯାନବାହାନ ଗୁଡିକୁ ଜରିମାନା ସହ ଆଗକୁ ପୁନରାବୃତ୍ତି ନକରିବାର ତାଗିଦ କରୁଥିବା ଦେଖିବାକୁ ମିଳିଥିଲା l
ତେବେ ବିଳମ୍ବିତ ରାତ୍ରିରୁ ପୁଲିସ ଅଧିକାରୀ ମାନେ 49 ଓ 53 ନମ୍ବର ଜାତୀୟ ରାଜପଥରେ ଦ୍ରୁତଗାମୀ ଯାନବାହାନ ଗୁଡିକର ଗତି ନିୟନ୍ତ୍ରଣ କରିବାସହ ପାଣି ଦେଇ ଗାଡି ଚାଳକଙ୍କ ମୁଁହ ଧୋଇବା ସହ ଗରମ ଚା ପ୍ରଦାନ କରିବା ସହ ସଚେତନ କରୁଥିଲେ l ଜିଲ୍ଲା ପୁଲିସର ଏଭଳି ଅଭିନଵ ପ୍ରୟାସ ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାରିତ ହେବା ପରେ ପୁଲିସର ଉଦାର ପଣିଆ ମନୋଭାବକୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ପ୍ରଶଂସା କରିବା ସହ ଦେବଗଡ଼ ଆଦର୍ଶ ଥାନା ଅଧିକାରୀ ସରୋଜ କୁମାର ସେଠିଙ୍କୁ ସମ୍ବର୍ଦ୍ଧିତ କରୁଥିବା ଦେଖିବାକୁ ମିଳିଛି l
ମୃତ୍ୟୁ ଶୂନ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଦେବଗଡ଼ ଆଦର୍ଶ ଥାନା ପୁଲିସ ପକ୍ଷରୁ 6ଜଣ ମଦ୍ୟପ ଗାଡି ଚାଳକଙ୍କ ଗାଡି ଜବତ କରାଯିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ମୋଟ 1ଲକ୍ଷ 37 ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣା ପଡିଛି l ସେହିପରି ବହୁ ଚର୍ଚିତ ଶିଶୁକନ୍ୟା ପିହୁ ଅପହରଣର 11 ଘଣ୍ଟା ମଧ୍ୟରେ ଅପହୃତ ଶିଶୁକୁ ଉଦ୍ଧାର ସହ 7 ଦିନ ମଧ୍ୟରେ ସମସ୍ତ ଅପହରଣକାରୀଙ୍କୁ ଚି଼ହ୍ନଟ କରି ଗିରଫ କରିବା ପରେ ଜିଲ୍ଲାର ପ୍ରତିଟି ଜନସାଧାରଣଙ୍କ ମଧ୍ୟରେ ପୁଲିସ ପ୍ରତି ଆସ୍ଥା ଓ ବିଶ୍ୱାସ ବଢ଼ିଥିବା ଦେଖିବାକୁ ମିଳିଛି l
[ad_2]




