ରାଜ୍ୟ

ଆଜି ଠାରୁ +୨ କଲେଜରେ ଆରମ୍ଭ ହେବ ନିଟ୍ ଓ ଜେଇଇ କୋଚିଂ – Ibnodisha

[ad_1]

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡିକରେ ଉଭୟ ନିଟ୍ ଏବଂ ଜେଇଇ କୋଚିଂ ଆରମ୍ଭ ହେବ । ଭର୍ଚୁଆଲ ମୋଡ୍‌ରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଯିବ । ଏଥିଲାଗି କଲେଜରେ ସ୍ମାର୍ଟ ଟିଭି ଓ ଇନ୍‌ଟ୍ରାକ୍ଟିଭ ପ୍ୟାନେଲ ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି । ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରାଇବେ । ଅନଲାଇନ୍ କ୍ଲାସ ସମୟରେ କଲେଜ୍ କର୍ତ୍ତୃପକ୍ଷ ପିଲାଙ୍କୁ ସହାୟତା କରିବାକୁ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button