ଦେଶ

ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍‌, ଏସ୍‌ଆଇଟି ତଦନ୍ତକୁ ସୁପ୍ରିମକୋର୍ଟଙ୍କ ନା – Ibnodisha

[ad_1]

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ମାମଲାରେ ସୁପ୍ରିମ ରାୟ ପ୍ରକାଶ ପାଇଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏସ୍‌ଆଇଟି ତଦନ୍ତ ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି)କୁ ତଦନ୍ତଭାର ହସ୍ତାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି । ବର୍ତ୍ତମାନ ସେବି (ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ) ମାମଲାର ତଦନ୍ତ କରୁଛି । ତିନି ମାସ ମଧ୍ୟରେ ସେବି ୨ଟି ମାମଲାରେ ତଦନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ସେବିର ତଦନ୍ତ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ନେଇ ସୁପ୍ରିମକୋର୍ଟଙ୍କ କ୍ଷମତା ସୀମିତ ଅଟେ । ତେବେ ବର୍ତ୍ତମାନ ସ୍ଥିତିରେ ସେବି ଦ୍ୱାରା ଚାଲିଥିବା ତଦନ୍ତକୁ ଏସ୍‌ଆଇଟିକୁ ହସ୍ତାନ୍ତର କରିବାର ଆବଶ୍ୟକତା ନାହିଁ । ଆଦାନୀ-ହିଣ୍ଡେନବର୍ଗ ମାମଲାରେ ୨୪ଟି କେସ୍ ମଧ୍ୟରୁ ୨ଟିର ତଦନ୍ତ ଆସନ୍ତା ୩ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ନିୟାମକ ଢାଞ୍ଚାକୁ ମଜବୁତ କରିବା ପାଇଁ ଏକ ବିଶେଷଜ୍ଞ କମିଟିର ସୁପାରିଶକୁ ବିଚାର କରିବାକୁ ଉଭୟ କେନ୍ଦ୍ର ସରକାର ଏବଂ ସେବକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗତ ନଭେମ୍ବର ୨୪ରେ ସୁପ୍ରିମ୍‌କୋର୍ଟ ମାମଲାର ଶୁଣାଣି କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ ।

ଆମେରିକାର ସର୍ଟ ସେଲର ଫାର୍ମ ୨୦୨୩ ଜାନୁଆରୀ ମାସରେ ଆଦାନୀ ଗ୍ରୁପର ସେୟାର କାରବାରକୁ ନେଇ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା । ହିଣ୍ଡେନବର୍ଗ ପ୍ରତିଷ୍ଠାତା ନାଥନ ଏଣ୍ଡକସେନ, ଆଦାନୀ ଗ୍ରୁପ ଦ୍ୱାରା ଷ୍ଟକ୍ ବଜାରରେ ହେରଫେର ନେଇ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ଅହେତୁକ ଭାବେ ହ୍ରାସ ପାଇଥିଲା । କେବଳ ସେତିକି ନୁହେଁ, ବିଶ୍ୱରେ ଧନୀ ତାଲିକାରେ ଆଦାନୀ ଗ୍ରୁପ୍ ତଳକୁ ଖସିଯାଇଥିଲା । ପରେ ସେବି ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା । ତେବେ ଏହି ମାମଲାକୁ ଏସଆଇଟିକୁ ହସ୍ତାନ୍ତର କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀ । ସେ ଏକ୍ସରେ ଲେଖିଛନ୍ତି , ସୁପ୍ରିମକୋର୍ଟଙ୍କ ରାୟ ଦର୍ଶାଉଛି ଯେ ସତ୍ୟର ବିଜୟ ହୋଇଛି । ଯେଉଁମାନେ ଆମ ପାଖରେ ଠିଆ ହୋଇଥିଲେ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ଭାରତର ଅଭିବୃଦ୍ଧି କ୍ଷେତ୍ରରେ ଆମର ଅବଦାନ ଜାରି ରହିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button