ବ୍ରିସ୍ବେନ୍ ଇଣ୍ଟରନାସ୍ନାଲ୍; ପ୍ରି-କ୍ୱାର୍ଟର୍ରେ ନାଦାଲ୍ ଓ ଆଜାରେଙ୍କା – Ibnodisha
[ad_1]
ବ୍ରିସ୍ବେନ୍: ଦୀର୍ଘ ଏକବର୍ଷ ପରେ ସିଙ୍ଗଲ୍ସ ମ୍ୟାଚ୍ରେ ଅବତୀର୍ଣ୍ଣ ହୋଇଥିବା ସ୍ପେନ୍ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ବ୍ରିସ୍ବେନ୍ ଇଣ୍ଟରନାସ୍ନାଲ୍ର ପ୍ରଥମ ମ୍ୟାଚ୍ରେ ନିଜ ଉନ୍ନତ ଫର୍ମ ଜରିଆରେ ନାଦାଲ୍ ଅଷ୍ଟ୍ରିଆର ଡୋମିନିକ୍ ଥିଏମ୍ଙ୍କୁ ଲଗାତାର ସେଟ୍ରେ ହରାଇ ଦେଇଛନ୍ତି । ୨୨ ଥରର ଗ୍ରାଣ୍ଡ୍ସ୍ଲାମ୍ ଚାମ୍ପିଅନ୍ ନାଦାଲ୍ ପୂର୍ବତନ ବିଶ୍ୱ ନଂ.୩ ଥିଏମ୍ଙ୍କ ବିପକ୍ଷରେ ୭-୫, ୬-୧ରେ ବିଜୟ ହାସଲ କରିଛନ୍ତି ।
ମ୍ୟାଚ୍ରେ ମାତ୍ର ୬ ଅନ୍ଫୋର୍ସଡ୍ ଏରର୍ କରି ଅନ୍ତିମ ୯ ଗେମ୍ରୁ ୮ଟି ଜିତିଥିଲେ । ୮୯ ମିନିଟ୍ରେ ମ୍ୟାଚ୍ ଜିତି ନାଦାଲ୍ ପ୍ରି-କ୍ୱାର୍ଟର ଫାଇନାଲ୍ରେ ସ୍ଥାନ ହାସଲ କରିଛନ୍ତି । ପରବର୍ତ୍ତୀ ରାଉଣ୍ଡ୍ରେ ସେ ଅଷ୍ଟ୍ରେଲିଆର ଜେସନ୍ କୁବ୍ଲେର୍ଙ୍କୁ ଭେଟିବେ । ୩୭ ବର୍ଷୀୟ ନାଦାଲ୍ ଗତବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଦ୍ୱିତୀୟ ରାଉଣ୍ଡ୍ରୁ ବିଦା ହେବାପରେ କୋର୍ଟରୁ ଦୂରେଇ ଯାଇଥିଲେ ।
ମହିଳା ସିଙ୍ଗଲ୍ସରେ ୨୦୨୦ ଅଷ୍ଟ୍ରେଲିଆନ୍ ଓପନ୍ ବିଜେତା ସୋଫିଆ କେନିନ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ବିଶ୍ୱର ୧୧୩ ନମ୍ବର ଖେଳାଳି ଏରିନା ନୋଡିୟୋନୋଭା ତାଙ୍କୁ ୭-୫, ୭-୬ରେ ହରାଇଛନ୍ତି । ଅନ୍ୟପକ୍ଷରେ ଏନା କେଲିନ୍ସକାୟାଙ୍କ ୬-୧, ୭-୬ରେ ମାତ୍ ଦେଇ ପୂର୍ବତନ ବିଶ୍ୱ ନଂ.୧ ଭିକ୍ଟୋରିଆ ଆଜାରେଙ୍କା ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
The post ବ୍ରିସ୍ବେନ୍ ଇଣ୍ଟରନାସ୍ନାଲ୍; ପ୍ରି-କ୍ୱାର୍ଟର୍ରେ ନାଦାଲ୍ ଓ ଆଜାରେଙ୍କା appeared first on ONA KHABAR.
[ad_2]