ଖେଳ

ଚାମ୍ପିଅନ୍ସ ଲିଗ୍ କ୍ୱାର୍ଟର୍‌ରେ ରିୟଲ୍ ମାଦ୍ରିଦ୍ – Ibnodisha

[ad_1]

ସ୍ପେନ: ସ୍ପାନିଶ୍ କ୍ଲବ୍ ରିୟଲ୍ ମାଦ୍ରିଦ୍ ଚଳିତ ସିଜନ୍‌ର ୟୁଇଏଫ୍‌ଏ ଚାମ୍ପିଅନ୍ସ ଲିଗ୍ କ୍ୱାର୍ଟର୍ ଫାଇନାଲ୍‌ରେ ସ୍ଥାନ ହାସଲ କରିଛି । ବୁଧବାର ଘରୋଇ ପଡ଼ିଆରେ ଖେଳାଯାଇଥିବା ଆରବୀ ଲିପିଜିଙ୍ଗ୍ ବିପକ୍ଷ ଦ୍ୱିତୀୟ ଚରଣ ମ୍ୟାଚ୍‌କୁ ୧-୧ର ଡ୍ର’ ରଖିଛି । ଏହା ସହିତ ମୋଟ -୧ ସ୍କୋର୍ ସହ ମାଦ୍ରିଦ୍ ଅନ୍ତିମ ୮ରେ ପ୍ରବେଶ କରିଛି । ଏହା ପୂର୍ବରୁ ରିୟଲ୍ ମାଦ୍ରିଦ୍ ପ୍ରି-କ୍ୱାର୍ଟର ଫାଇନାଲ୍‌ର ପ୍ରଥମ ଚରଣରେ ୧-୦ର ବିଜୟ ହାସଲ କରିଥିଲେ । ମାଦ୍ରିଦ୍ ପକ୍ଷରୁ ଏକମାତ୍ର ଗୋଲ୍ ଭିନିସିୟର୍ ଜୁନିୟର୍ କରିଥିଲେ ।

ପ୍ରଥମାର୍ଦ୍ଧ ଗୋଲ୍‌ଶୂନ୍ୟ ଭାବେ ଶେଷ ହେବାପରେ ମ୍ୟାଚ୍‌ର ୬୫ତମ ମିନିଟ୍‌ରେ ବ୍ରାଜିଲ୍ ଖେଳାଳି ଭିନିସିୟସ୍ ଗୋଲ୍ କରି ମାଦ୍ରିଦ୍‌ଙ୍କୁ ୧-୦ରେ ଆଗୁଆ କରିଥିଲେ । ତେବେ ଏହାର ଚାରି ମିନିଟ୍ ପରେ ଓର୍ବନ୍ ହେଡର୍ ଜରିଆରେ ଗୋଲ୍ କରି ସ୍ଥିତି ୧-୧ କରିଥିଲେ । ଏହାପରେ ଉଭୟ ଟିମ୍ ଆଉ କୌଣସି ଗୋଲ୍ କରିବାରେ ବିଫଳ ହେବାକୁ ମ୍ୟାଚ୍ ୧-୧ରେ ଡ୍ର’ ରହିଥିଲା । ଯେହେତୁ ମାଦ୍ରିଦ୍ ପ୍ରଥମ ଚରଣରେ ଲିପିଜିଙ୍ଗ୍‌କୁ ୧-୦ରେ ହରାଇଥିଲା, ତେଣୁ ଟିମ୍ ମୋଟ ୨-୧ ସ୍କୋର୍ ସହ କ୍ୱାର୍ଟର୍ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button