ରାଜ୍ୟ

୩.୭୦ କୋଟି ଠକେଇ, ବ୍ୟାଙ୍କ ଅଫିସର ଗିରଫ – Ibnodisha

[ad_1]

ଭୁବନେଶ୍ୱର: ୩.୭୦ କୋଟି ଅର୍ଥ ହେର୍‌ଫେର୍ ମାମଲାରେ ଆଇଡିବିଆଇ ବ୍ୟାଙ୍କର ସହକାରୀ ପରିଚାଳକ ତନ୍ମୟ କୁମାର ମହାରଣାଙ୍କୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି । ଗତକାଲି ଛତିଶଗଡ଼ର ରାଇପୁର ଠାରୁ ତାଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି । ସୂଚନା ଯୋଗ୍ୟ ଯେ, ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ସହକାରୀ ଅଫିସର ଥିବା ସମୟରେ ତନ୍ମୟ ତତ୍କାଳୀନ ବ୍ୟାଙ୍କ ମୁଖ୍ୟ ସରୋଜ କୁମାର ମହାପାତ୍ରଙ୍କ ସହ ମିଶି ନିଜର ଆତ୍ମୀୟଙ୍କ ନାମରେ ୩.୭୦ କୋଟି ଟଙ୍କାର ୩୫ଟି ମୁଦ୍ରାଲୋନ ଲୋନ୍ ପାସ୍ କରିଥିବା ନେଇ ଆଇଡିବିଆଇ ବ୍ୟାଙ୍କର ଜେନେରାଲ ମ୍ୟାନେଜର ସନ୍ଦିପ ପଟ୍ଟନାୟକ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ ।

ଉକ୍ତ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜଣାପଡ଼ିଛି ତନ୍ମୟ ନିଜ ପରିଚିତ ଲୋକଙ୍କ ଅଜାଣନ୍ତରେ ପ୍ରତ୍ୟେକଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଲୋନ୍ ପାସ କରି ଆତ୍ମସାତ କରିଛନ୍ତି । ଯେଉଁ ବ୍ୟକ୍ତିମାନଙ୍କ ନାମରେ ଲୋନ୍ ପାସ୍ ହୋଇଛି ସେମାନଙ୍କୁ ମଧ୍ୟ ଲୋନ ବିଷୟରେ ଅବଗତ କରାଯାଇନାହିଁ । ଜାଲ କାଗଜପତ୍ର ଦେଇ ତନ୍ମୟ ଏହି ଲୋନ୍ କରିଥିବା ଜଣିବା ପରେ ତାଙ୍କୁ ବ୍ୟାଙ୍କରୁ ନିଲମ୍ବନ କରାଯାଇଥିଲା । ସରକାରୀ ଟଙ୍କା ହେରଫେର କରିବା ମାମଲରେ ଆଜି ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରି ଓପିଆଇଡି ଆକ୍ଟ ଜରିଆରେ କଟକ କୋର୍ଟରେ ହାଜର କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button