ଖେଳ

୨୦୨୮ ଲସ୍ ଆଞ୍ଜେଲସ୍ ଗେମ୍ସ ପାଇଁ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ – Ibnodisha

[ad_1]

ବ୍ୟୁରୋ : କ୍ରିକେଟ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର । ଅଲମ୍ପିକ୍ସରେ ପୁଣି ସାମିଲ ହେବାକୁ ଯାଉଛି କ୍ରିକେଟ । ୧୨୮ ବର୍ଷ ପରେ ପୁଣିଥରେ ଦର୍ଶକ କ୍ରିକେଟ ମ୍ୟାଚର ମଜା ନେଇପାରିବେ । ଅକ୍ଟୋବର ୧୫-୧୬ରେ ମୁମ୍ବାଇରେ ଅନୁଷ୍ଠିତ ୧୪୧ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧିବେଶନରେ କ୍ରିକେଟ୍ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ଅନ୍ତର୍ଭୂକ୍ତ ହେବାକୁ ଯାଉଛି। ଲସ୍ ଆଞ୍ଜେଲସ ଆୟୋଜକ କମିଟି, ଆଇଓସିକୁ ଦେଇଥିବା ପ୍ରସ୍ତାବରେ, ଏହାର ଟି -୨୦ ସଂସ୍କରଣରେ କ୍ରିକେଟକୁ ସୁପାରିଶ କରିବା ସହିତ ୨୦୨୮ ଗେମ୍ସ ପାଇଁ ଅନ୍ୟ ଚାରିଟି କ୍ରୀଡାକୁ ସୁପାରିଶ କରିଛି। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଧ୍ୟ ଏହା ନିଶ୍ଚିତ କରିଛି। ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଶୁକ୍ରବାର ଦିନ ଅଲମ୍ପିକ୍ସରେ ନୂଆ ୫ଟି ଖେଳକୁ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି କି, କାର୍ଯ୍ୟକାରୀ ବୋର୍ଡର ଅଧିକାରୀମାନେ କ୍ରିକେଟ ସମେତ ମୋଟ ୫ଟି ନୂଆ ଖେଳକୁ ଅଲମ୍ପିକ୍ସରେ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ୫ଟି ଖେଳ ମଧ୍ୟରେ କ୍ରିକେଟ ବ୍ୟତୀତ ବେସବଲ, ସଫ୍ଟବଲ, ଫ୍ଲାଗ ଫୁଟବଲ, ସ୍କେ୍ୱସ ଖେଳକୁ ସାମିଲ କରାଯାଇଛି । ଏହି ୫ଟି ଖେଳକୁ ୨୦୨୮ରେ ଲସ୍ ଏଞ୍ଜେଲ୍ସ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସରେ ସାମିଲ କରାଯାଇଛି । ସୂଚନା ଥାଉ କି ଏହା ପୂର୍ବରୁ ୧୯୦୦ ମସିହା ପ୍ୟାରିସ୍ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ଏବେ ଅଲମ୍ପିକ୍ସରେ ମହିଳା ଓ ପୁରୁଷ ବର୍ଗର କ୍ରିକେଟକୁ ସାମିଲ କରାଯିବ । ସେହିଭଳି ବମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ପୁରୁଷ ଓ ମହିଳା କ୍ରିକେଟକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହା ପୂର୍ବରୁ ୧୯୯୮ ମସିହାରେ କ୍ୱାଲାଲମ୍ପୁରରେ ଅନୁଷ୍ଠିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଥିଲା । ୧୯୦୦ ମସିହାରେ ପ୍ୟାରିସ ଅଲମ୍ପିକ୍ସରେ ହୋଇଥିବା କ୍ରିକେଟ ପ୍ରତିଦ୍ୱନ୍ଦିିତାରେ ଇଂଲଣ୍ଡ ଫ୍ରାନ୍ସକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ଜିତିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button