ଖେଳ

କାହାକୁ ମିଳିବ ସୁଯୋଗ? ଆଜି ଏସିଆ କପ୍ ଟ୍ରଫି ପାଇଁ ଦଳ ଘୋଷଣା କରିବ ବିସିସିଆଇ – Ibnodisha

[ad_1]

ବ୍ୟୁରୋ : ଆସନ୍ତା ୩୦ ତାରିଖରୁ ଏସିଆ କପ୍ ଟ୍ରଫି । ଏଥିପାଇଁ ଆଜି ଦଳ ଘୋଷଣା କରିବ ବିସିସିଆଇ । ୧୭ ଜଣିଆ ସ୍କାଡ୍ ଘୋଷଣା ହେବ । ବିସିସିଆଇ ଚୟନ କମିଟି ମୁଖ୍ୟ ଅଜିତ ଅଗରକରଙ୍କ ନେତୃତ୍ୱରେ ଟିମ୍ ଚୟନ କରାଯିବ । କାହାକୁ ମିଳିବ ସୁଯୋଗ ? କିଏ ଫେରିବେ ? ନୂଆଁ ଚେହେରା ଭାବରେ କାହାକୁ ଦଳରେ ସ୍ଥାନ ମିଳିବ କି ? ଏନେଇ କଳ୍ପନାଜଳ୍ପନା ଲାଗି ରହିଛି । ଆହତ କାରଣରୁ ଗତ କିଛି ସିରିଜରୁ ବାଦ ପଡ଼ିଥିବା ଲୋକେଶ ରାହୁଲ ଓ ଶ୍ରେୟସ ଆୟାରଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ସେମାନେ କେତେ ଫିଟ୍ ଅଛନ୍ତି । ଆଜି ସେମାନଙ୍କର ଫିଟନେସ ନେଇ ଆଲୋଚନା ହେବ । ଏନସିଏର ଗ୍ରୀନ୍ ସିଗନାଲକୁ ଅପେକ୍ଷା ରହିଛି । ଲୋକେଶ ରାହୁଲ ଫିଟ୍ ଥିଲେ ତାଙ୍କୁ ଦଳରେ ସ୍ଥାନ ମିଳିବା ପକ୍କା । ସେ ଖେଳିଲେ ମିଡିଲ୍ ଅର୍ଡର ଏବଂ ୱିକେଟ କିପର୍ ସମସ୍ୟା ଦୂର ହେବ । ରାହୁଲ ନଖେଳିଲେ ତାଙ୍କ ସ୍ଥାନରେ ଇଶାନ କିଷାନଙ୍କୁ ସୁଯୋଗ ମିଳିପାରେ । ଶ୍ରେୟସ ଆୟାରଙ୍କ ପ୍ରତ୍ୟାବର୍ତ୍ତନ ଆଶା ଅଧିକ ରହିଛି । ତାଙ୍କୁ ୪ ନମ୍ବରରେ ଖେଳିବାକୁ ସୁଯୋଗ ମିଳିପାରେ । ଏମାନଙ୍କ ସହ ସୂର୍ଯ୍ୟକୁମାର ଯାଦବ, ସନଜୁ ସାମସନ୍, ଅକ୍ଷର ପଟେଲଙ୍କ ଉପରେ ବି ନଜର ରହିଛି । ଅନ୍ୟପଟେ ଦୀର୍ଘ ଦିନ ପରେ ଫେରିଛନ୍ତି ଯଶପ୍ରୀତ ବୁମରା । ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ବେଣ୍ଟିର ଦୁଇଟି ମ୍ୟାଚରେ ସେ ୪ଟି ୱିକେଟ ନେଇଛନ୍ତି । ତାଙ୍କୁ ଏସିଆ କପ୍ ପାଇଁ ସୁଯୋଗ ମିଳିପାରେ । ବୋଲିଂ ସ୍କ୍ୱାର୍ଡରେ ଆଉ କାହାକୁ ସୁଯୋଗ ମିଳିବ ଆଜି ସ୍ପଷ୍ଟ ହେବ । ଆଗକୁ ବିଶ୍ୱକପ୍ ବି ରହିଛି । ସେପ୍ଟେମ୍ବର ୫ ପୂର୍ବରୁ ଖେଳାଳିଙ୍କ ତାଲିକା ଦେବାକୁ କହିଛି ଆଇସିସି । ତେଣୁ ଏସିଆ କପ୍ ଓ ବିଶ୍ୱକପକୁ ଦୃଷ୍ଟି ରଖି ଟିମ୍ ଚୟନ ହୋଇପାରେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button