ଖେଳ

ଓଡ଼ିଶା ଏଫ୍‌ସିର ଚମତ୍କାର ବିଜୟ

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ରେ ଗୁରୁବାର ଓଡ଼ିଶା ଏଫ୍‌ସି ଚମତ୍କାର ଭାବେ ଇଷ୍ଟ୍‌ବେଙ୍ଗଲ୍ ଏଫ୍‌ସିକୁ ତା’ ନିଜ ପଡ଼ିଆରେ ହରାଇଛି। କୋଲ୍‌କାତାର ସଲ୍ଟ ଲେକ୍‌ସ୍ଥିତ ବିବେକାନନ୍ଦ କ୍ରୀଡ଼ା ଭାରତୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୨-୧ ଗୋଲ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ବିଗତ ୫ ମ୍ୟାଚ୍‌ରେ ଅପରାଜିତ ରହିଥିବା ଏହି ଭୁବନେଶ୍ବର ଦଳ ତୃତୀୟ ବିଜୟ ପାଇଛି। ପ୍ରଥମାର୍ଦ୍ଧରେ ଜ୍ୟାକସନ୍ ସିଂହ ଲାଲକାର୍ଡ (୪୩ ମିନିଟ) ପାଇବାରୁ ଇଷ୍ଟ୍ ବେଙ୍ଗଲ୍ ୧୦ ଜଣରେ ଖେଳିଥିଲା।

ଏହା ସତ୍ତ୍ବେ ଦ୍ବିତୀୟାର୍ଦ୍ଧର ୫୩ତମ ମିନିଟରେ ଲାଲଚୁଙ୍ଗୁଙ୍ଗାଙ୍କ ଗୋଲ୍ ବଳରେ ଘରୋଇ ଦଳ ଅଗ୍ରଣୀ ନେଇଯାଇଥିଲା। ଏହି ଅଗ୍ରଣୀ ଅଧିକ ସମୟ ରହି ନଥିଲା। ୫୫ତମ ମିନିଟରେ ଜେରି ମାହିୱଙ୍ଗଥାଙ୍ଗା ଗୋଲ୍ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ ସ‌ୁଯୋଗ ଦେଇଥିଲା। ୮୧ତମ ମିନିଟ୍‌ରେ ହୁଗୋ ‌ବୌମସ୍‌ଙ୍କ ଗୋଲ୍ ନିର୍ଣ୍ଣାୟକ ହୋଇଥିଲା। ଓଡ଼ିଶା ୧୨ ମ୍ୟାଚ୍‌ରୁ ୧୯ ପଏଣ୍ଟ ପାଇଥିବା ବେଳେ ମୋହନ ବାଗାନ ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ଯଥାକ୍ରମେ ସମାନ ୨୩ ପଏଣ୍ଟ ପାଇ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button