ଖେଳ

ତୃତୀୟକୁ ଉଠିଲା ଓଡ଼ିଶା ଏଫ୍‌ସି: ବେଙ୍ଗାଲୁରୁ ଏଫ୍‌ସିକୁ ୪-୨ରେ ହରାଇଲା

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପଏଣ୍ଟ୍‌ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ଓଡ଼ିଶା ଏଫ୍‌ସି। ରବିବାର ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଏଫ୍‌ସି ୪-୦ ଗୋଲ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚ୍‌ର ଦଶମ ମିନିଟ୍‌ରେ ଇସାକ୍‌ ଭାନ‌ଲାଲରୁଆତ୍‌ଫେଲାଙ୍କ ପାସ୍‌କୁ ଜେରି ମାୱିମିଙ୍ଗଥାଙ୍ଗା ‌ଗୋଲ୍‌ରେ ପରିଣତ କରି ଘରୋଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ୨୭ତମ ମିନିଟ୍‌ରେ ଓଡ଼ିଶାକୁ ମିଳିଥିବା ଏକ କର୍ଣ୍ଣରକୁ ଅହମଦ ଜାହୋଉ ସୁନ୍ଦର ଢଙ୍ଗରେ ବେଙ୍ଗାଲୁରୁ ଏଫ୍‌ସି ଗୋଲ୍‌ ପୋଷ୍ଟ୍‌ ନିକଟକୁ ପଠାଇଥିଲେ। ୬ୟାର୍ଡ ବକ୍ସରୁ ମୌର୍ତଦା ଫଲ୍‌ ହେଡ୍‌ ଜରିଆରେ ଗୋଲ୍‌ କରି ଦଳକୁ ୨-୦ରେ ଆଗୁଆ କରିଥିଲେ।

ପ୍ରଥମାର୍ଦ୍ଧର ଇନ୍‌ଜୁରି ସମୟରେ ଜେରି ଲାଲରିଞ୍ଜୁଆଲ୍‌ଙ୍କ ସହୟତାରେ ଡିଓଗୋ ମୌରସିଓ (୪୫+୩ ମିନିଟ୍‌) ଗୋଲ୍‌ ଦେବାରୁ ଘରୋଇ ଦଳ ୩-୦‌ରେ ଆଗରେ ରହିଥିଲା। ଦ୍ବିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଏଫ୍‌ସି ଅଧିନାୟକ ସୁନିଲ ଛେତ୍ରୀ (୫୨ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଏହାର ୮ ମିନିଟ୍‌ ପରେ ଓଡ଼ିଶାକୁ ମିଳିଥିବା ଫ୍ରିକିକ୍‌କୁ ମୌରିସିଓ (୬୦ ମିନିଟ୍‌) ଗୋଲ୍‌ରେ ପରିଣତ କରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଦଳକୁ ୪-୧ରେ ଆଗୁଆ ରଖିଥିଲେ। ୮୮ତମ ମିନିଟ୍‌ରେ ବେଙ୍ଗାଲୁରୁର ରୋସନ ସିଂହଙ୍କ ସହାୟତାରେ ଇଗର ମେନ୍ଦେଜ ଗୋଲ୍‌‌ ଦେଇ ପରାଜୟ ବ୍ୟବଧାନକୁ ସାମାନ୍ୟ କମାଇଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button