IBN ଓଡ଼ିଶା ବ୍ୟୁରୋ

ଆଇସିସି ଅଧ୍ୟକ୍ଷ ଦାୟିତ୍ବ ନେଲେ ଜୟ ଶାହ

ଦୁବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପୂର୍ବତନ ସମ୍ପାଦକ ଜୟ ଶାହ ରବିବାର ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି। ନଭେମ୍ବର ୨୦୨୦ରୁ ଆଇସିସିର ଏହି ଶୀର୍ଷ ପଦରେ ଥିବା ଗ୍ରେଗ୍‌ ବାରକ୍ଲେଙ୍କଠୁ ସେ ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ନେବା ପରେ ଶାହଙ୍କ ମୁଖ୍ୟ ଲକ୍ଷ୍ୟରେ ରହିଛି କ୍ରିକେଟ୍‌କୁ ୨୦୨୮ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ କରିବା। ଏଥିସହ ଆଇସିସି ଚମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ଚାଲିଥିବା ବିବାଦର ସମାଧାନ ତାଙ୍କର ପ୍ରାଥମିକତା ରହିବ। ୨୦୧୯ରେ ଶାହ ବିସିସିଆଇର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ସମୟରେ ଭାରତୀୟ କ୍ରିକେଟ୍‌ ବହୁ ଉପରକୁ ଉଠିଥିଲା। ରେକର୍ଡ ରାଶିରେ ଆଇପିଏଲ୍‌ ପ୍ରସାରଣ ଅଧିକାର ଚୁକ୍ତି ଏବଂ ମହିଳା ପ୍ରିମିୟର ଲିଗ୍‌ ଆରମ୍ଭ, ନୂଆ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଏବଂ ଟେଷ୍ଟ୍‌ କ୍ରିକେଟ୍‌ରେ ଇନ୍‌ସେଟିଭ୍‌ର ବ୍ୟବସ୍ଥା ସହ ସେ ଅନେକ କିଛି କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button