ଖେଳ
ପୁଅର ନାଁ ଆହାନ ରଖିଲେ ରୋହିତ

ମୁମ୍ବାଇ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ତାଙ୍କ ପତ୍ନୀ ରିତିକା ସଜ୍ଦେ ସେମାନଙ୍କ ନବଜାତ ପୁତ୍ର ସନ୍ତାନର ନାଁ ଆହନ ଦେଇଛନ୍ତି। ଏହି ଦମ୍ପତି ଗତ ମାସରେ ଦ୍ବିତୀୟ ସନ୍ତାନର ପିତା-ମାତା ହୋଇଥିଲେ। ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ଖ୍ରୀଷ୍ଟମାସ ଥିମ୍ ସହ ରିତିକା ପୁଅର ନାଁକୁ ଲୋକଲୋଚନକୁ ଆଣିଛନ୍ତି। ଏହି ଷ୍ଟୋରିରେ ପୁଅ ଆହନ, ରିତିକା, ରୋହିତ ଓ ଝିଅ ସମାଇରାଙ୍କ ଆନିମେସନ ରହିଛି। ଏହାର ଶିରୋନାମରେ ରିତିକା ଲେଖିଛନ୍ତି, ‘ପରିବାର-ଯେଉଁଠାରେ ଆମେ ଚାରି’। ରୋହିତ ସଂପ୍ରତି ଭାରତୀୟ ଦଳ ସହ ଅଷ୍ଟ୍ରେଲିଆର କାନ୍ବେରାରେ ଅଛନ୍ତି। ସେଠାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ସହ ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି। ପୁତ୍ର ସନ୍ତାନ ପାଇଁ ରୋହିତ ପ୍ରଥମ ଟେଷ୍ଟ୍ ଖେଳି ନଥିଲେ। ଆଡିଲେଡ୍ରେ ୬ରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ତଥା ଗୋଲାପି ବଲ୍ ଦିବା-ରାତ୍ର ଟେଷ୍ଟ୍ରେ ସେ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି।