ଖେଳ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଭାରତର ଷ୍ଟାର କ୍ରିକେଟର ବିରାଟ – Ibnodisha

[ad_1]

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ନଖେଳିବା ପାଇଁ ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ଛୁଟି ମାଗିଥିଲେ। ଏବେ ତାଙ୍କ ଆବେଦନକୁ ଗ୍ରହଣ କରାଯାଇଛି। ଏହି ସିରିଜରୁ କୋହଲିଙ୍କ ନାମ ପ୍ରତ୍ୟାହାର ସମ୍ପର୍କରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। କୋହଲି ଛୁଟି ନେବା ପରେ ସୋସିଆଲ ମିଡିଆରେ ସେ ପୁଣି ଥରେ ବାପା ହେବା ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ବିରାଟ କୋହଲିଙ୍କ ପ୍ରଶଂସକମାନେ ଚର୍ଚ୍ଚା କରୁଛନ୍ତି ଯେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଥିବାରୁ ବିରାଟ ଛୁଟି ନେଇଛନ୍ତି। ଏ ବାବଦରେ ବିରାଟ କୋହଲିଙ୍କ ଦ୍ୱାରା କୌଣସି ଅଧିକାରୀକ ବିବୃତି ଦିଆଯାଇନାହିଁ। ବିରାଟ କୋହଲି ଛୁଟି ମାଗି ବୋର୍ଡକୁ କହିଥିଲେ ଯେ, ଦେଶର ପ୍ରତିନିଧିତ୍ୱ କରିବା ମୋର ପ୍ରାଥମିକତା। କିନ୍ତୁ କିଛି ବ୍ୟକ୍ତିଗତ କାରଣ ହେତୁ ମୁଁ ଉପସ୍ଥିତ ରହିବି ନାହିଁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button