ଦେଶ

ଆସାମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାହୁଲଜୀ ଏବଂ ଗାନ୍ଧୀ ପରିବାର ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟକୁ ନେଇ କଂଗ୍ରେସର ବିକ୍ଷୋଭ ଓ କୁଷପୁତଳିକା ଦାହ – Ibnodisha

[ad_1]

ଯାଜପୁର : ରାହୁଲା ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଉପରେ ବାରମ୍ବାର ଆକ୍ରମଣକୁ ନେଇ ସାରା ଭାରତ ବର୍ଷରେ ଜନସାଧାରଣ ନିନ୍ଦା କରୁଥିବା ବେଳେ କଂଗ୍ରେସ ମଧ୍ୟ ଏହାର ଦୃଢ଼ ନିନ୍ଦା କରିଛି । ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ସୋମବାର ସନ୍ଧ୍ୟା ୫ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ସମସ୍ତ କଂଗ୍ରେସ କର୍ମୀ ଏକ୍‌ଜୁଟ୍ ହୋଇ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ଦ୍ୱାରା ରାହୁଲଜୀ ଏବଂ ଗାନ୍ଧୀ ପରିବାର ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା ଏବଂ ତାଙ୍କ ଦ୍ୱାରା ପ୍ରରୋଚିତ ବିଜେପି ସମର୍ଥିତ ଗୁଣ୍ଡାଙ୍କ ଦ୍ୱାରା ଭାରତ ଯୋଡ଼ ନ୍ୟାୟ ଯାତ୍ରା ଉପରେ ବାରମ୍ବାର ଆକ୍ରମଣ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ କୁଶ ପୁତଳିକା ଦାହ କରାଯାଇଥିଲା । କଂଗ୍ରେସ କର୍ମୀମାନେ ନରେନ୍ଦ୍ର ମୋଦି ହାଏ ହାଏ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା ହାଏ ହାଏ କରି, ବିଜେପି ଡାଉନ୍ ଡାଉନ୍ ତତ୍ ସହିତ ଭାରତ ଯୋଡ଼ ଯାତ୍ରା ଉପରେ ବିଜେପି ସରକାରଙ୍କ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁବୋଲି ଶ୍ଲୋଗାନ ଦେଇଥିଲେ । ତତ୍‌ପରେ ହେମନ୍ତ ବିଶ୍ୱ ଶର୍ମାଙ୍କ କୁଷପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିିଷ୍ଣୁ ରାଉତ, ସନ୍ତୋଷ ନନ୍ଦ, ଆରତୀ ଦେଓ, ଦେବେନ୍ଦ୍ର ପଣ୍ଡା, ସନ୍ତୋଷ ବେହେରା, ଭାଷ୍କର ମହାନ୍ତି, ଶ୍ୟାମ ସୁନ୍ଦର କର, ଦୁର୍ଯ୍ୟୋଧନ ବେହେରା, ରମାକାନ୍ତ ସେଠୀ, କନକଲତା ରାଉତ, ଦିଲ୍ଲୀପ ଦାସ, କିଶାନ ପଣ୍ଡା, ବିଳାସ ରାଉତରାୟ, ନାରାୟଣ ଚନ୍ଦ୍ର ସାମନ୍ତ, ବିଭୂତି ମହାପାତ୍ର, ଗଦାଧର ଦାସ, ରଘୁନାଥ ସାହୁ, ବିଦ୍ୟାଧର ବାରିକ, ଅନିଲ ମହାନ୍ତି, ଆଲୋକ ବେହେରା, ଉମାକାନ୍ତ ବେହେରା, ଉତ୍କଳ ପାଣିଗ୍ରାହୀ, ସେକ୍ ସଲିମ୍‌, ଅକ୍ଷୟ ଶତପଥୀ, ସୁଲୋଚନା ଦାସ, ପ୍ରଫୁଲ୍ଲ ରାଏ, ବସନ୍ତ ପରିଡ଼ା, ବାବୁଲି ମଲ୍ଲିକ, ବନିତା ଦାସ, ଅମରେଶ ପରିଡ଼ା, ବିଦ୍ୟାଧର ବାରିକ, କପିଳ ଦଳାଇ, ସଂଗ୍ରାମ ସାହାଣୀ, ସେକ୍ ହଲିମ୍‌, ପ୍ରଶାନ୍ତ ପୋଥାଳ, ଆଲୋକ ପୃଷ୍ଟି, ସଂଜୀବ ଦାସ, ପରିମଳ ବିଶ୍ୱାଳ, ରବିନାରାୟଣ ସ୍ୱାଇଁ, ସେକ୍ ନୁରୁଲ୍‌, ଅର୍ଜିତ ନାୟକ, ଭରତ ବେହେରା, ନିକୁଞ୍ଜ ସାମଲ ପ୍ରମୁଖ ବିକ୍ଷୋଭରେ ଯୋଗଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button