ଦେଶ

ଆଜି ଇଡିରେ ହାଜର ହେବେନି କେଜ୍ରିୱାଲ – Ibnodisha

[ad_1]

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍‌ କରିଥିଲା। ଆଜି କେଜ୍ରିୱାଲଙ୍କୁ ଜେରା ହେବାକୁ ଥିବାବେଳେ ସେ ହାଜର ହେବେନି ବୋଲି ମନା କରିଛନ୍ତି। ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି କେଜ୍ରିୱାଲ। ଅନ୍ୟପଟେ ଆଜି କେଜ୍ରିୱାଲ କେନ୍ଦ୍ରୀୟ ସଂସ୍ଥା ପଠାଇଥିବା ନୋଟିସର ଜବାବ ଦେଇଛନ୍ତି ।

ଏହି ନୋଟିସ୍ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ମୁଁ ଯେପରି ଚାରିଟି ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଯାଇପାରିବି ନାହିଁ, ସେଥି ପାଇଁ ବିଜେପିର ନିର୍ଦ୍ଦେଶରେ ଏହି ନୋଟିସ୍ ପଠାଯାଇଛି । ଇଡି ଏହି ନୋଟିସ୍ ପ୍ରତ୍ୟାହାର କରିବା ଉଚିତ୍ ବୋଲି କହିଛନ୍ତି କେଜ୍ରିୱାଲ । ସେପଟେ ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ କେଜ୍ରିୱାଲ। ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛି। ସେଠାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ କେଜ୍ରିୱାଲ ସିଂଗରୋଲିରେ ରୋଡ୍‌ ସୋ’ କରିବେ ବୋଲି ଜଣାପଡିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button