୨୨ ବେଆଇନ ବେଟିଂ ଆପ୍ ଓ ୱେବ୍ସାଇଟ ବ୍ୟାନ୍ – Ibnodisha
[ad_1]
ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ଲିକେସନ ସମେତ ୨୨ଟି ବେଆଇନ ବେଟିଂ ଆପ୍ ଏବଂ ୱେବସାଇଟ୍ ଉପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିଷେଧାଦେଶ ଜାରି କରିଛି । ବେଆଇନ ବେଟିଂ ଆପ୍ ସିଣ୍ଡିକେଟ୍ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ପରବର୍ତ୍ତୀ ସମୟରେ ଛତିଶଗଡ଼ର ମହାଦେବ ବୁକ୍ ଉପରେ ହୋଇଥିବା ଚଢଉ ପରେ କେନ୍ଦ୍ର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆଉ ଦିନକ ପରେ ଛତିଶଗଡ଼ରେ ଭୋଟିଂ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏହି ଆପ ନିଷେଧାଦେଶ ଜାରି କରାଯାଇଛି । ମହାଦେବ ଆପର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବଘେଲ ସରକାରର ସମ୍ପୃକ୍ତି ଅଭିଯୋଗରେ ତଦନ୍ତ ଜାରି ରହିଛି ।
ଏବେ ମହାଦେବ ବୁକର ମାଲିକ ବର୍ତ୍ତମାନ ଜେଲରେ ଅଛନ୍ତି । ଆର୍ôଥକ ଠକେଇ ଅପରାଧ (ପିଏମ୍ଏଲ୍ଏ) ର ଧାରା-୧୯ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ କଂଗ୍ରେସ ସରକାରର ଏକାଧିକ ନେତାଙ୍କ ସମ୍ପୃକ୍ତିର ଅଭିଯୋଗ ରହିଛି । ଏପରିକି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ସମନ ପାଇଛନ୍ତି । କେନ୍ଦ୍ର ଦକ୍ଷତା ବିକାଶ ଏବଂ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ‘‘ଆଇଟି ଆକ୍ଟର ଧାରା ୬୯-ଏ ଅନୁଯାୟୀ ୱେବସାଇଟ କିମ୍ବା ଆପ୍ ବନ୍ଦ କରିବାକୁ ସୁପାରିଶ କରିବାକୁ ଛତିଶଗଡ଼ ସରକାରଙ୍କର ସମ୍ପୂର୍ଣ୍ଣ କ୍ଷମତା ଥିଲା । ତଥାପି ସେମାନେ ସେପରି କରିନଥିଲେ ।’’ମହାଦେବ ବେଟିଂ ଆପର ପ୍ରମୋଟର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ପ୍ରାୟ ୫ଶହ କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା । ଅସୀମ ଦାସ ନାମକ ଜଣେ ଏଜେଣ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ସଂସ୍ଥା ।
ବିଧାନସଭା ନିର୍ବାଚନ ଖର୍ଚ୍ଚ ପାଇଁ ମହାଦେବ ବେଟିଂ ଆପ୍ ଛତିଶଗଡ଼ର କଂଗ୍ରେସ ସରକାରକୁ ବିପୁଳ ଟଙ୍କା ପଠାଉଥିବା ଇଡି ଗୁଇନ୍ଦା ବିଭାଗ ମାଧ୍ୟମରେ ସୂଚନା ପାଇଥିଲା । ସୂଚନା ଆଧାରରେ ତଦନ୍ତକାରୀ ଏଜେନ୍ସି ଏକ ହୋଟେଲରେ ଚଢଉ କରି ଅସୀମ ଦାସ ନାମକ ବ୍ୟକ୍ତିକୁ ଗିରଫ କରିବା ସହ ତା ନିକଟରୁ ପ୍ରାୟ ୫ କୋଟି ନଗଦ ଟଙ୍କା ଜବତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜ୍ୟରେ ନିର୍ବାଚନୀ ରାଲିରେ ବଘେଲ ସରକାରକୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିବା ସହ ଦୁବାଇ ଲିଙ୍କ ଥିବା କହିଥିଲେ । ଛତିଶଗଡରେ କଂଗ୍ରେସ ମହାଦେବଙ୍କ ନାମକୁ ମଧ୍ୟ ଛାଡ଼ିଲ।। ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ମତଦାନର ମାତ୍ର ଦିନକ ପୂର୍ବରୁ କେନ୍ଦ୍ର ସରକାର ଏହି ଚର୍ଚ୍ଚିତ ମହାଦେବ ବେଟିଂ ଆପ ସମେତ ୨୨ଟି ଆପ୍ଲିକେସନ ଓ ୱେବସାଇଟକୁ ବ୍ୟାନ ଘୋଷଣା କରିଛନ୍ତି ।
[ad_2]