ହାଫିଜ୍ ସଇଦର ପୁଅକୁ କିଏ କଲା ଅପହରଣ ? କାନ୍ଦୁଛି କୁଖ୍ୟାତ ଆତଙ୍କବାଦୀ – Ibnodisha
[ad_1]
ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦଙ୍କ ପୁଅ କମଲୁଦ୍ଦିନ ସୟିଦ୍ ଗତ ମଙ୍ଗଳବାର (ସେପ୍ଟେମ୍ବର ୨୬) ଠାରୁ ନିଖୋଜ ଅଛି । ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ର ରିପୋର୍ଟ ଅନୁଯାୟୀ, କମଲୁଦ୍ଦିନ ସୟିଦକୁ ପେଶାୱାରରେ ଦୁର୍ବୃତ୍ତମାନେ ଏକ କାର୍ ରେ ଅପହରଣ କରିଥିଲେ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ତାଙ୍କୁ ଠାବ କରିବାରେ ସକ୍ଷମ ହୋଇନାହିଁ ବୋଲି ଅନେକ ପାକିସ୍ତାନୀ ସାମ୍ବାଦିକ ଦାବି କରିଛନ୍ତି। ସେପଟେ କୁହାଯାଉଛି ଯେ ହାଫିଜ ନିଜ ପୁଅ ନିଖୋଜ ହେବା ବିଷୟରେ ଜାଣିବା ପରଠାରୁ ସେ ଖାଲି କାନ୍ଦୁଛି ।
ତେବେ କୌଣସି ଗୋଷ୍ଠୀ ଏପର୍ଯ୍ୟନ୍ତ ଏହି ଅପରହଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ସ୍ବାଭାବିକଭାବେ ପାକିସ୍ତାନର କେତେକ ମହଲରେ ଏହି ଅପହରଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା ର’ ହାତ ଥିବା ଅଭିଯୋଗ କରାଯାଉଛି ।
ହାଫିଜ ସୟିଦ ଜଣେ ପାକିସ୍ତାନୀ ନାଗରିକ ଏବଂ ମୁମ୍ବାଇରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ତାକୁ ଆତଙ୍କବାଦୀ ଘୋଷଣା କରାଯାଇଛି ଏବଂ ବର୍ତ୍ତମାନ ସେ ପାକିସ୍ତାନ ଜେଲରେ ଅଛି । ହାଫିଜ୍ ମହମ୍ମଦ ସୟିଦ ପାକିସ୍ତାନର ଇସଲାମିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା (ଏଲଇଟି)ର ସହ ପ୍ରତିଷ୍ଠାତା, ଯାହାକୁ ଜାତିସଂଘ ସୁରକ୍ଷା ପରିଷଦ, ଭାରତ, ଆମେରିକା, ୟୁରୋପୀୟ ସଂଘ, ଅଷ୍ଟ୍ରେଲିଆ ଏବଂ ରୁଷିଆ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି।
[ad_2]