ଦେଶ
ଇସ୍ତଫା ଦେଲେ ପଶୁପତି ପାରସ – Ibnodisha

[ad_1]
ବିହାର : କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପଶୁପତି ପାରସ। ତାଙ୍କ ଗୋଷ୍ଠୀକୁ ଲୋକସଭା ନିର୍ବାଚନରେ କୌଣସି ସିଟ୍ ଦିଆନଯିବାରୁ ସେ ଇସ୍ତଫା ଦେଇଛନ୍ତି। ଗତକାଲି ବିହାରର ଏନଡିଏ ମେଣ୍ଟର ସିଟ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିଲା। ଏଲଜେପିର ଚିରାଗ ପାଶ୍ୱାନଙ୍କ ଗୋଷ୍ଠୀକୁ ଅଂଶୀଦାର ଭାବେ ଗ୍ରହଣ କରି ୫ଟି ସିଟ୍ ଦିଆଯାଇଛି। କିନ୍ତୁ ପାରଶଙ୍କ ଗୋଷ୍ଠୀକୁ ଗୋଟିଏ ବି ସିଟ୍ ଦିଆଯାଇନଥିଲା, ଯଦିଓ ତାଙ୍କ ଗୋଷ୍ଠୀରେ ୫ ଜଣ ସାଂସଦ ଅଛନ୍ତି। ତେଣୁ ଏହାକୁ ନେଇ ପାରସ ଅସନ୍ତୁଷ୍ଠ ହୋଇ ଇସ୍ତଫା ଦେଇଛନ୍ତି। ସେ ଆରଜେଡି-କଂଗ୍ରେସ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ଇସ୍ତଫା ଦେବା ପରେ ପଶୁପତି ପାରସ କହିଛନ୍ତି, ‘ଏନ୍ଡିଏ ମିଳିତ ମଞ୍ଚର ଘୋଷଣା ହୋଇସାରିଛି ଏବଂ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛି। କିନ୍ତୁ ମୋ ତଥା ମୋ ଦଳ ପ୍ରତି ଅନ୍ୟାୟ କରାଯାଇଛି। ଏହି କାରଣରୁ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।’
[ad_2]