ରାଜ୍ୟ

କାଲିଠୁ କୁଳଡିହାରେ କମ୍ବିଂ ଅପରେସନ – Ibnodisha

[ad_1]

ଭୁବନେଶ୍ୱର : କାଲିଠୁ କୁଳଡିହାରେ କମ୍ବିଂ ଅପରେସନ। କୁଲଡିହା ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହେବା ପରେ ଆକ୍ସନ ମୁଡ଼କୁ ଚାଲି ଆସିଛି ବନ ବିଭାଗ । ଯିଏ ଚୋରା ବନ୍ଧୁକ ରଖିଛନ୍ତି, ତୁରନ୍ତ ସରେଣ୍ଡର କରିବାକୁ ଚେତାବନୀ ଦେଇଛି ଅଧିକାରୀ। ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାପରେ ବନ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।ଆସନ୍ତାକାଲିଠୁ ଶିମିଳିପାଳ କୁଲଡିହା ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ କରାଯିବ ବୋଲି ଚେତାବନୀ ଦେଇଛି ବିଭାଗ। ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ କାଲି ସକାଳୁ ମିଳିତ କମ୍ୱିଂ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button