ମଝି ରାସ୍ତାରେ ହୁତୁହୁତ ହୋଇ ଜଳିଲା ହଜ ଯାତ୍ରୀ ବସ୍ – Ibnodisha
[ad_1]
ମହାରାଷ୍ଟ୍ର: ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ରେ ନିଆଁ । ବସଟି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି । ମହାରାଷ୍ଟ୍ରର ସତାରାରୁ ୪୦ ଜଣ ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସର ଇଲେକ୍ଟ୍ରି ବିୟରିଂରେ ସର୍ଟ ସର୍କିଟ ହେବା ଯୋଗୁଁ ବସ୍ଟି ତସ୍ୱାଡେ ଟୋଲ ବୁଥରେ ଜଳିଯାଇଥିଲା । ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି ।
ଖବର ମୁତାବକ, ଆଜି ଭୋର ୩ଟାରେ ବସ୍ଟି ତସ୍ୱାଡେ ଟୋଲ ବୁଥରେ ରହିଥିବା ବେଳେ ନିଆଁ ଲାଗିଯାଇଥିଲା । ଫଳରେ ଯାତ୍ରୀମାନେ ବିକଳ ହୋଇ ଓହ୍ଲାଇ ପଡିଥିଲେ । ମୁମ୍ବାଇର ଡଲଫିନ କମ୍ପାନୀ ବସ୍ରେ ନିଆଁ ଲାଗିଯାଇଥିଲା । ବସ୍ଟି ୪୦ ଜଣ ହଜ ଯାତ୍ରୀଙ୍କୁ ନେଇ ମହାରାଷ୍ଟ୍ର ସତାରାରୁ ଯାଉଥିଲା ।
ତେବେ ନିଆଁ ଲାଗିବା ପରେ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ବସଟି ଜଳିପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବା ଘଟଣାରେ ଲୋକ ଆହତ ହୋଇନାହାନ୍ତି । ବସ୍ରେ ନିଆଁ ଦେଖି ଡ୍ରାଇଭର ଆଲର୍ଟ ହୋଇଯାଇଥିଲା । ଫଳରେ ଲୋକଙ୍କ ଜୀବନ ବଞ୍ଚିଯାଇପାରିଥିଲା ।
[ad_2]