ରାଜ୍ୟ

ଚୁଲିରେ ନିଆଁପୁଉଁ ହେଉ ହେଉ ଜଳିଗଲେ ନାବାଳିକା – Ibnodisha

[ad_1]

କନ୍ଧମାଳ : ମା’ ଚୁଲିରେ ରୋଷେଇ କରି ସାରିବା ପରେ କୁନି ଝିଅଟି ଖୁସି ମନରେ ଚୁଲି ପାଖରେ ବସିଥିଲା। ଥଣ୍ଡା ରାତିରେ ନିଆଁ ପୁଉଁଥିଲା। ହେଲେ ଝିଅଟିର ଖୁସି ସଙ୍ଗେସଙ୍ଗେ ଚିତ୍କାରରେ ପରିଣତ ହୋଇଗଲା। ଚୁଲି ନିଆଁରେ କବଳିତ ହେବା ପରେ ୨ ଦିନ ଛଟପଟ ହୋଇ ଶେଷରେ ନାବାଳିକାଜଣକ ଆଖି ବୁଜିଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁମରବନ୍ଧ ପଂଚାୟତ ମିଙ୍ଗୁନିପଦର ଗାଁ’ରେ ଘଟିଛି। ମୃତା ନାବାଳିକାଜଣକ ହେଲେ ଲଷ୍ମୀପ୍ରିୟା କହଁର ଓ ତାଙ୍କ ବୟସ ୯ ବର୍ଷ ବୋଲି ଜଣାଯାଇଛି। ଗତ ମଙ୍ଗଳବାର ରାତିରେ ଲଷ୍ମୀପ୍ରିୟାଙ୍କ ମା’ ଚୁଲିରେ ରୋଷେଇ ସାରିବା ପରେ ନାବାଳିକା ଜଣକ ସେହି ଚୁଲି ପାଖରେ ବସି ନିଆଁ ପୁଉଁଥିଲେ। ଏହି ସମୟରେ ଦୁର୍ଭାଗ୍ୟ ବଶତଃ ଲଷ୍ମୀପ୍ରିୟା ପିନ୍ଧିଥିବା ଡ୍ରେସରେ ଚୁଲି ନିଆଁ ଲାଗିଯାଇଥିଲା ଏବଂ ହୁତୁହୁତୁ ହୋଇ ଜଳିଥିଲା । ଫଳରେ ନାବାଳିକାଜଣକ ଜୋରରେ ଚିତ୍କାର କରିବାରୁ ତା’ ବାପାମା’ ପହଞ୍ଚି ନିଆଁକୁ କାବୁ କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ପିଲାଟିକୁ ତୁରନ୍ତ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନାବାଳିକାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଛି। ଏ ବାବଦରେ ଫିରିଙ୍ଗିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button