ପୁଣି ସୌମ୍ୟଙ୍କ ଭାଷଣ ବାଣ – Ibnodisha

[ad_1]
ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ । ଜଗତସିଂହପୁର ଅରସମା ଶିଆଳି ବାଲିଯାତ୍ରାରେ ସୌମ୍ୟଙ୍କ ମନ୍ତବ୍ୟ । ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଯୁକ୍ତି ବାଢି ସୌମ୍ୟଙ୍କ ପ୍ରତିକ୍ରିୟା । ମୁଁ ସତ କହେ ବୋଲି ସରକାର ମୋ ଉପରେ ସନ୍ତୁଷ୍ଟ ନୁହନ୍ତି କହିଲେ ସୌମ୍ୟ । ସତ କଥା ହେଉଛି , ଯୁବକ ମନଙ୍କୁ ନେତୃତ୍ୱର ସୁଯୋଗ ନ ଦେବା । ଛାତ୍ର ସଂସଦ ନିର୍ବାଚନ ନେତୃତ୍ୱ ଦେବାକୁ ସୁଯୋଗ ଦିଏ । ଯିଏ ବରଯାତ୍ରୀ ଯାଇନି , ସେ ବାହଘର ମଜା କେମିତି ପାଇବ ? ଆଶା , ସରକାର ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ କଥା ଚିନ୍ତା କରିବେ । ଆଶା, ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାକୁ ସରକାର ଫେରାଇ ଆଣିବେ । ଯାହାଫଳରେ ଗଣତାନ୍ତ୍ରିକ ଅନୁଷ୍ଠାନ ତିଆରି ହେବ ବୋଲି କହିଛନ୍ତି ସୌମ୍ୟ । ଜିନ୍ସ, ଧଳା ସାର୍ଟ ପିନ୍ଧିଲେ କିଏ ନେତା ହୁଅନ୍ତି ନାହିଁ । ନେତା ହେବା ପାଇଁ ଲୋକଙ୍କ ସହିତ ମିଶିବାକୁ ପଡିବ , ସମସ୍ୟା ଜାଣିବାକୁ ପଡିବ ଖାଲି ପ୍ୟାଡରେ ପଦବୀ ଛାପିଦେଲେ କେହି ନେତା ହୁଏ ନାହିଁ ବୋଲି କହିଲେ ସୌମ୍ୟ ।
[ad_2]