ରାଜନୀତି

ଚାଷୀଙ୍କ ସର୍ବନାଶ ପାଇଁ ବିଜେଡି ସରକାର ଦାୟୀ: ରମାରଞ୍ଜନ ବଳିୟାରସିଂହ – Ibnodisha

[ad_1]

 କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ ବାଟମାରଣା

 ରାଜ୍ୟ ସରକାରଙ୍କ ଆୟ ବଢ଼ୁଛି କିନ୍ତୁ ଚାଷୀଙ୍କ ଆୟ କମି ଚାଲିଛି
 କଟନୀ ଛଟନୀ ନାଁରେ ଚାଷୀଙ୍କୁ ଶୋଷଣ କରୁଛି ରାଜ୍ୟ ସରକାର
 କ୍ଷତିଗସ୍ତ ଚାଷୀଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର
 ଚାଷୀର ସ୍ୱଳ୍ପ ଆୟ, ସ୍ୱଳ୍ପ ଆୟ ଉତ୍ପାଦିତ ଦ୍ରବ୍ୟର ମୁନାଫା ବାଟମାରଣା, ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ଓ ଉଦାସିନତା କାରଣରୁ ଚାଷୀ ସର୍ବସାନ୍ତ
 ଚାଷୀ ଓ ଚାଷର ଅଧୋଗତି ପାଇଁ ସରକାରଙ୍କ ଇଛା ଶକ୍ତିର ଅଭାବ, ବ୍ୟାପକ ଦୁର୍ନୀତି ଓ ବାଟମାରଣା ଦାୟୀ
 କୃଷି ବିଭାଗ ଓ ଜଳସମ୍ପଦ ବିଭାଗରେ ହୋଇଥିବା ଦୁର୍ନୀତିକୁ ନେଇ ତୁରନ୍ତ ସ୍ପଷ୍ଟୀକରଣ ରଖନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶା ଅର୍ଥନୀତିର ମୂଳପିଣ୍ଡ କୃଷି । ଓଡ଼ିଶାରେ ଦଶନ୍ଧି ଦଶନ୍ଧି ଧରି କୃଷି କ୍ଷେତ୍ରରେ ବିପର୍ଯ୍ୟୟ ଦେଖାଗଲା । ରାଜ୍ୟ ସରକାର ୨୦୧୩ରେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଢାଂଚାରେ ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନା ପାଇଁ ଚିନ୍ତା କଲେ । ୨୦୧୩ରୁ କୃଷି କ୍ୟାବିନେଟ୍ ବସିଲା । କୃଷି, ଜଳସମ୍ପଦ, ସମବାୟ, ପଶୁପାଳନ, ଉଦ୍ୟାନକୃଷି ଓ ମତ୍ସ୍ୟ ଇତ୍ୟାଦି ବିଭାଗକୁ ନେଇ କୃଷି ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପନା ହୋଇଥିଲା । ୨୦୧୩ରେ ପ୍ରାୟ ୭,୧୬୨କୋଟି ଟଙ୍କା ଅର୍ଥ ବରାଦ କରାଗଲା । ୨୦୨୩-୨୪ରେ ୭,୧୬୨କୋଟିକୁ ବୃଦ୍ଧି କରାଯାଇ ୨୪,୮୨୯ କାଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାକୁ ବୃଦ୍ଧି ପାଇଲା । ୨୦୧୩ ରୁ ୨୦୨୪ ଭିତରେ ଅଦ୍ୟାବଧି କୃଷି ବଜେଟ୍ ପାଇଁ ୧ଲକ୍ଷ ୫୦ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିନିଯୋଗ କରିଛନ୍ତି । ସମନ୍ୱୟ, ସାମୁହିକ ବୈଠକ, ସମୀକ୍ଷା ମିଳିତ ଉଦ୍ୟମ ନଥିବା କାରଣରୁ ଉତ୍ପାଦନ ବଜାର ଜଳସେଚନ, ଉପାଦେୟ, ସମନ୍ୱୟ କୌଣସି କ୍ଷେତ୍ରରେ ସଫଳତା ମିଳିପାରୁନାହିଁ । ଚଳିତବର୍ଷ ଅଦ୍ୟାବଧି ମାତ୍ର ୪୦ପ୍ରତିଶତ ଖର୍ଚ୍ଚ ହୋଇଛି । ଦେଢ଼ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଲା ପରେ ଚାଷୀଙ୍କ ପାଇଁ ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ଓଡ଼ିଶାରେ ବିଜୁ ଜନତା ଦଳ ଦୀର୍ଘାୟୁ କିନ୍ତୁ ଚାଷୀ ଅଳ୍ପାୟୁ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛନ୍ତି । ରାଜ୍ୟ ସରକାର ଆର୍ôଥକ ସ୍ୱୟଂ ସମ୍ପୂର୍ଣ୍ଣ କହୁଥିଲା ବେଳେ ଚାଷୀ ବିପନ୍ନ । ରାଜ୍ୟ ସରକାରଙ୍କ ଆୟୁ ବଢ଼ୁଛି କିନ୍ତୁ ଚାଷୀଙ୍କ ଆୟୁ କମି ଚାଲିଛି । ଓଡ଼ିଶାର ଚାଷୀଙ୍କ ମାସକୁ ଆୟ ପ୍ରାୟ ୫,୧୧୨ଟଙ୍କା ଯାହା ଭାରତ ବର୍ଷରେ ତଳଆଡୁ ଦ୍ୱିତୀୟ ବୋଲି ଜାତୀୟ ପରିସଂଖ୍ୟାନ ସଂସ୍ଥା ସୂଚାଇଛନ୍ତି । ଓଡିଶାରେ ମୋଟ ଚାଷୀଙ୍କ ମଧ୍ୟରୁ ୬୧ପ୍ରତିଶତ ଋଣଗ୍ରସ୍ତ ଏବଂ ଋଣ ପରିମାଣ ୩୨,୭୨୧କୋଟି ଟଙ୍କା । କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ପ୍ରତି ୩ଜଣରେ ଜଣେ ଗରିବ ବୋଲି ନୀତି ଆୟୋଗ ସ୍ପଷ୍ଟ କରିଛି । ଭାରତ ବର୍ଷରେ ୧୨ଟି ମରୁଡି ପ୍ରବଣ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ । ରାଜସ୍ଥାନ, ଗୁଜୁରାଟ ଓ ଆନ୍ଧ୍ରଭଳି ରାଜ୍ୟରେ ୭୦ ରୁ ୮୦ଲକ୍ଷ ହେକ୍ଟର ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ଲାଭ ନେଲାବେଳେ ଓଡ଼ିଶା ମାତ୍ର ୩୩ହଜାର ହେକ୍ଟର ଲାଭ ନେବା ଦୁର୍ଭାଗ୍ୟଜନକ । ରାଜ୍ୟରେ କାଳିଆ ଯୋଜନା କାର୍ଯ୍ୟକାରି ହେଉଥିଲାବେଳେ ପୂର୍ବଘୋଷିତ ବଳିଆ ଯୋଜନା ସମ୍ପୂର୍ଣ୍ଣ ବନ୍ଦ । ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବଙ୍କ ସ୍ୱୀକାର କଲା ପରେ କାଳିଆ ଯୋଜନାରେ ୩ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ସହାୟତା ରାଶି ଅଦ୍ୟାବଧି ଆଦାୟ କରାଗଲା ନାହିଁ କିମ୍ବା ଏଥିସହିତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ । ରାଜ୍ୟ ଏଯାଏଁ ଗୋଟିଏ ଶୀତଳ ଭଣ୍ଡାର ହେଲା ନାହିଁ ।
ଉଦ୍ୟାନକୃଷି ସମ୍ପର୍କରେ ନକହିଲେ ଭଲ । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ପରିବା ଦର ଆକାଶଛୁଆଁ ହୋଇଛି । ଧାନର ଅଭାବି ବିକ୍ରି ଚାଷୀଙ୍କୁ ସର୍ବସ୍ୱାନ୍ତ କରିଛି । ବ୍ୟାପକ ଦୁର୍ନୀତି, ଟୁକନ କଟନିଛଟନି, ଓଜନ ମାପ, ଅଖା, ପରିବହନ ଅବ୍ୟବସ୍ଥା, ଧାନର ସହାୟକ ମୂଲ୍ୟ ୨୧୮୩ଟଙ୍କା ଥିଲାବେଳେ ଚାଷୀ ୧୨ଶହ ରୁ ୧୪ଟଙ୍କା ମଧ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି । ଜମିନାହିଁ କି ଚାଷୀ ନାହାନ୍ତି କିନ୍ତୁ ଅଥଚ ସହାୟକ ମୂଲ୍ୟର ଫାଇଦା ଦଲାଲମାନେ ନେଉଛନ୍ତି । ସହଳ ଅମଳ ହୋଇଥିବା ଧାନ ପାଇଁ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ରାଜ୍ୟରେ ବିରାଟ ସମୁଦ୍ରତଟ୍ଟ, ପର୍ଯ୍ୟାପ୍ତ ଜମି ଓ ଚିଲିକା ଥିଲାବେଳେ ରାଜ୍ୟରେ ମତ୍ସ୍ୟ ଆବଶ୍ୟକତା ପାଇଁ ମୁଖ୍ୟତଃ ଆନ୍ଧ୍ର ଉପରେ ନିର୍ଭର କରାଯାଉଛି । ଜାଲ୍ ଋଣ ୪୮କୋଟି ଟଙ୍କା ପୁରୀ ଜିଲ୍ଲାର ଚନ୍ଦ୍ରଭାଗା, କୋଣାର୍କ, ପେଣ୍ଠକଟା ଆଦି ଅଂଚଳର ମତ୍ସ୍ୟଜୀବୀଙ୍କ ନାମ ଦର୍ଶାଇ ଆତ୍ମସାତ କରାଯାଇଛି । ଫାଇଲିନ୍ ପରେ ୨୦୧୫ରେ ବ୍ରହ୍ମପୁର ଅଂଚଳରେ ଜାଲ, ଡଙ୍ଗା ଯୋଗାଇ ଦେବା ନାଁରେ ୮୬କୋଟି ଟଙ୍କା ତୋଷରପାତ କରାଯାଇଛି । କେନ୍ଦ୍ରୀୟ ମତ୍ସ୍ୟ ପୋଖରୀ ଯୋଜନା ନାଁରେ ବାଲେଶ୍ୱର ଜିଲ୍ଲାରେ ୭କୋଟି ଟଙ୍କା ଦୁର୍ନୀତି ହୋଇଛି । ପଶୁ ସମ୍ପଦ କ୍ଷେତ୍ରରେ ଦୁଗ୍ଧ ଉତ୍ପାଦନ ଜାତୀୟ ମୁଣ୍ଡ ପିଛା ୪୪୪ଗ୍ରାମ ଉପଲବ୍ଧ ଥିଲବେଳେ ଓଡ଼ିଶା ଉପଲବ୍ଧ ମାତ୍ର ୧୪୪ଗ୍ରାମ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
୧୯୯୪ମସିହାରେ ୨୧୭କୋଟି ଟଙ୍କାରେ ଅଟକଳ କରାଯାଇଥିବା “ଲୋୟର ସୁକତେଲ ପ୍ରଜେକ୍ଟ” ୨୦୧୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବାକୁ ଥିବାବେଳେ ଡିସେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ୨୪୪୮କୋଟି ଟଙ୍କା । ୩୦ବର୍ଷ ପରେ ଖର୍ଚ୍ଚ ୧୧ଗୁଣା ଅଧିକ । ସେହିଭଳି ଲୋୟର ଇଦ୍ର ଜଳସେଚନ ପ୍ରକଳ୍ପ ୧୯୯୦ରେ ୨୦୧୧କୋଟି ଟଙ୍କାରେ ଅଟକଳ କରାଯାଇ ନୂଆପଡା-ବଲାଙ୍ଗିର ଜିଲ୍ଲାର ୩୦ହଜାର ହେକ୍ଟରକୁ ଜଳସେଚନ କରିବାର ଥିଲା । ୨୦୨୧-୨୨ସୁଧା ଖର୍ଚ୍ଚ ପରିମାଣ ୧୨,୭୪୨କୋଟି, ଜଳସେଚନ ମାତ୍ର ୨୪ପ୍ରତିଶତ ସିଏଜି ରିପୋର୍ଟ ଅନୁଯାୟୀ ଅପବ୍ୟୟ ୨,୨୦୩କୋଟି ଟଙ୍କା । ଗତ ୨୨ଡିସେମ୍ବର ୨୦୨୨ରେ ପ୍ରାୟ ୨୮୦କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପର ଫଳକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ଅନୁଗୂଳ ଡିଭିଜନ କାର୍ଯ୍ୟାଳୟରେ ପଡି ରହିବା ଦୁର୍ଭାଗ୍ୟଜନକ ଶ୍ରୀ ବଳିୟାରସିଂହ କହିଛନ୍ତି ।
ସେହିଭଳି ୨୦୦୮ ମସିହାରୁ ୧୬୮ଏମ୍‌ଆଇପି ପ୍ରୋଜେକ୍ଟ ବଲାଙ୍ଗିର ନୂଆପଡା ଜିଲ୍ଲାରେ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଅଟକଳ ମୂଲ୍ୟର ୪୦ଗୁଣ ଅଧିକ ଖର୍ଚ୍ଚ ହେଲେ ବି କାମ ସରିନାହିଁ । ଏହି ବ୍ୟାପକ ଦୁର୍ନୀତି ଓ ଅପାରଗତା ପାଇଁ ଦାୟୀ କିଏ? ଅପରପକ୍ଷରେ ଜଳସମ୍ପଦ ବିଭାଗୀୟ ମନ୍ତ୍ରୀ ବିଧାନସଭା ଗୃହରେ ଗତ ୧୦ବର୍ଷ ଭିତରେ ୧୩୦ଜଣ ଇଞ୍ଜିନିୟରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ସ୍ୱୀକାର କରିବା ଲଜ୍ଜ୍ୟାଜନକ । ବାସ୍ତବ ଦୁର୍ନୀତିର ପରିମାଣ କେତେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୃଷି ଯନ୍ତ୍ରପାତି କ୍ରୟରେ ବଲାଙ୍ଗିର,ବରଗଡ, ଭୁବନେଶ୍ୱର, କଟକ ଓ ପୁରୀ ଆଦି ଜିଲ୍ଲାରେ ପାୱାରଟିଲର, ଟ୍ରାକ୍ଟର ଏବଂ କୃଷି ଯନ୍ତ୍ରପାତି ସବ୍‌ସିଡିରେ ୪୦କୋଟିରୁ ଊର୍ଦ୍ଧ୍ୱ ଦୁର୍ନୀତି ବିଷୟରେ ରାଜ୍ୟ ସରକାର କି କାର୍ଯ୍ୟାନୁଷ୍ଠାନ କରିଛନ୍ତି ବୋଲି ଶ୍ରୀ ବଳିୟାରସିଂହ ପ୍ରଶ୍ନ କରିଛନ୍ତି ।
ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ଓ ଉଦାସିନତା କାରଣରୁ ଚାଷୀ ସର୍ବସ୍ୱାନ୍ତ । ଚାଷୀ ଓ ଚାଷର ଅଧୋଗତି ପାଇଁ ସରକାରଙ୍କ ଇଛା ଶକ୍ତିର ଅଭାବ, ବ୍ୟାପକ ଦୁର୍ନୀତି ଓ ବାଟମାରଣା ଦାୟୀ । କୃଷି ବିଭାଗ ଓ ଜଳସମ୍ପଦ ବିଭାଗରେ ହୋଇଥିବା ଦୁର୍ନୀତିକୁ ନେଇ ନିର୍ବାଚନ ପୂର୍ବରୁ ଡିସେମ୍ବର ସୁଦ୍ଧା ସ୍ପଷ୍ଟୀକରଣ ରଖନ୍ତୁ ରାଜ୍ୟ ସରକାର ଦାୟୀ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button