ରାଜନୀତି

ନର୍ଲାରୁ ଲଢିବି : ଭକ୍ତ ଦାସ – Ibnodisha

[ad_1]

ଭୁବନେଶ୍ୱର : ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଟିକେଟ ଘୋଷଣା ହୋଇନାହିଁ । ଏହା ସତ୍ତ୍ୱେ ନିର୍ବାଚନ ଲଢିବା ପାଇଁ ବିଧାନସଭା ଆସନର ନାମ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ । ନର୍ଲା ବିଧାନସଭାରୁ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏପ୍ରିଲ ପ୍ରଥମ ସପ୍ତାହରେ ଆମ ଦଳର ଟିକେଟ ଘୋଷଣା ହେବ । ଓଡ଼ିଶାବାସୀ ଖୁସି ନୁହନ୍ତି, ଏକଥା ଆମେ ସମସ୍ତଙ୍କୁ ଚେତାଇବୁ । କମ ଭୋଟରେ ହାରିଥିବା ୬୦ ସିଟ ଘୋଷଣା ହେବ । ୧୦୦ରୁ ଅଧିକ ଆସନ କଂଗ୍ରେସ ଜିତିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button