ଦେଶ

ଆଜି ସରୁଛି କେଜ୍ରିୱାଲଙ୍କ ରିମାଣ୍ଡ ଅବଧି – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଆଜି ରିମାଣ୍ଡ ଅବଧି ସରୁଛି। ଗିରଫ ପରେ ଇଡି ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଆଜି ଅବଧି ଶେଷ ହେଉଥିବା ବେଳେ ଇଡି ପୁନର୍ବାନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିପାରେ। ସେପଟେ ବେଲ୍ ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଉପରେ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ନାହାନ୍ତି। ଏପ୍ରିଲ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆଜି ରିମାଣ୍ଡ ଅବଧି ସରୁଥିବାରୁ କେଜ୍ରିୱାଲ ସେପର୍ୟ୍ୟନ୍ତ ଜେଲରେ ରହିପାରନ୍ତି। ନଚେତ୍ ଇଡି ପୁନର୍ବାର ରିମାଣ୍ଡରେ ନେବାକୁ ଆବେଦନ କରିପାରେ। ସେପଟେ ସିବିଆଇ ମଧ୍ୟ ଜେରା ପାଇଁ ଆବେଦନ କରିପାରେ।   ଅବକାରୀ ନୀତି ଦୁର୍ନୀତି ଘଟଣାରେ ଅର୍ଥ ହେରଫେର ଅଭିଯୋଗରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ୨୮ ଯାଏ ରିମାଣ୍ଡରେ ନେଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button