ଦେଶ

ଷ୍ଟାଲିନଙ୍କୁ କଡା ସମାଲୋଚନା କଲେ ସୁପ୍ରିମକୋର୍ଟ – Ibnodisha

[ad_1]

ତାମିଲନାଡୁ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ପୁଅଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ସନାତନ ଧର୍ମ ଉପରେ ଦେଇଥିବା ଟିପ୍ପଣୀ ପାଇଁ ସୁପ୍ରିମକୋର୍ଟ ତାମିଲନାଡୁର ମନ୍ତ୍ରୀ ଉନୟନିଧି ଷ୍ଟାଲିନଙ୍କୁ କଲେ କଡା ସମାଲୋଚନା। ନିଜ ଅଧିକାରର ଅପବ୍ୟବହାର କରିବା ପରେ ସେ କାହିଁକି ନିଜ ଆବେଦନକୁ ନେଇ ସର୍ବୋଚ୍ଚ ଅଦାଲତକୁ ଆସିଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।ସନାତନ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଉଦୟନିଧି ଷ୍ଟାଲିନଙ୍କ ଆବେଦନ ମାମଲାର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ବେଞ୍ଚ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକୁ କ୍ଲବ କରିବାକୁ ଉଦୟନିଧି ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଛନ୍ତି। ଉଦୟନିଧିଙ୍କ ଆବେଦନ ଶୁଣାଣି ବେଳେ ଜଷ୍ଟିସ ଦତ୍ତା କଠୋର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବାକ୍‌ ସ୍ୱାଧୀନତା ଏବଂ ଧର୍ମର ପ୍ରଚାର ଅଧିକାରର ଆପଣ ଅପବ୍ୟବହାର କରିଛନ୍ତି। ବର୍ତ୍ତମାନ ଆପଣ ଧାରା ୩୨ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ଠାରୁ ମୁକ୍ତି ଲୋଡ଼ିଛନ୍ତି।’ଜଷ୍ଟିସ ଦତ୍ତ ଆହୁରି ମଧ୍ୟ କହିଛନ୍ତି, ଆପଣ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି, ଆପଣ ଜଣେ ରାଜନେତା। ଏହିପରି ମନ୍ତବ୍ୟର ପରିଣାମ କ’ଣ ହେବ ଆପଣ ଜାଣିବା ଉଚିତ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button