ଦେଶ

ନିଜ ଇଚ୍ଛାରେ ଘରୁ ଚାଲିଯିବା ଅପହରଣ ନୁହେଁ କହି ଅଭିଯୁକ୍ତକୁ ଅଗ୍ରୀମ ଜାମିନ ଦେଲେ କୋର୍ଟ – Ibnodisha

[ad_1]

ଚଣ୍ଡିଗଡ଼: ଯଦି ଜଣେ ନାବାଳିକା କାହାକୁ କିଛି ନଜଣାଇ ସ୍ବେଚ୍ଛାକୃତ ଭାବରେ ତାଙ୍କ ପିତାମାତାଙ୍କ ଘରୁ ଚାଲି ଯାଆନ୍ତି ତେବେ ତାହାକୁ ଅପହରଣ କୁହାଯାଇ ପାରିବ ନାହିଁ କି ସେ ଯାହା ସହିତ ଯାଇଥି‌ବେ ଉକ୍ତ ବ୍ୟକ୍ତିଙ୍କ ବିରୋଧ‌ରେ ଅପହରଣ ମାମଲା ରୁଜୁ କରାଯାଇ ପାରିବନାହିଁ। ବିଚାରପତି ମନୀଷା ବତ୍ରାଙ୍କ ହାଇକୋର୍ଟର ଖଣ୍ଡପୀଠ ଜଣେ ଅଭିଯୁକ୍ତକୁ ଅଗ୍ରମୀ ଜାମିନ ଦେଇ କହିଛନ୍ତି, ‘ଫତେହଗଡ ସାହିବ ପୁଲିସ ଷ୍ଟେସନରେ ଜଣେ ୧୭ବର୍ଷର ନାବାଳିକାକୁ ଅପହରଣ କରି ତାଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଇଥିବା ନେଇ ଜଣେ ଯୁବକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗର ଶୁଣାଣି କରି ‌ଅଦାଲତ କହିଛନ୍ତି, ‘ନାବାଳିକାର ବୟସ ୧୭ବର୍ଷ ହୋଇଥିବାରୁ ତାର ବୁଝିବା ଓ ବିଚାର କରିବା ଶକ୍ତି ଆସିଯାଇଛି। ତେଣୁ ଏଭଳି କ୍ଷେତ୍ରରେ ସେ ଯଦି ଘରୁ କାହା ସହିତ ଫେରାର ହୋଇଯାଇଛି ତାହାକୁ ଅପହରଣ କୁହାଯାଇପାରିବ ନାହିଁ।ଏହି ଘଟଣାକୁ ‌ନେଇ ଅଭିଯୁକ୍ତ ଅଦାଲତଙ୍କୁ କହିଥିଲା, ‘ମୋତେ ମିଥ୍ୟା ଅଭିଯୋଗରେ ଫସାଯାଉଛି। ମୁଁ ନାବାଳିକାକୁ ଅପହରଣ କରିନାହିଁ କି ମୋ ସହିତ ଯିବାକୁ ବାଧ୍ୟ କରି ନାହିଁ। ‌ସେ ସ୍ବଇଚ୍ଛାରେ ନିଜ ଘର ଛାଡ଼ି ଚାଲିଆସିଥିଲା। ମୁଁ ତାକୁ ଘରକୁ ଫେରି ଯିବାକୁ କହିଥିଲି। କିନ୍ତୁ ପରିବାରଲୋକ ଆମ ବିବାହ ପ୍ରସ୍ତାବରେ ରାଜି ହେଉ ନଥିବାରୁ ସେ ଘରକୁ ଫେରିଯିବାକୁ ମନା କରି ଦେଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button