ନୀତୀଶଙ୍କୁ ଝଟ୍କା; ରାଜ୍ୟରେ ସ୍କୁଲ ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଜବାବତଲବ – Ibnodisha
[ad_1]
ପାଟନା: ବିହାର ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଆସିଛି । ତେବେ ଏନେଇ କରାଯାଇଥିବା ଏକ ପିଟିସନ୍ ଉପରେ ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ ସୋମବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କୁ ରାଜ୍ୟରେ ଥିବା ସ୍କୁଲର ସ୍ଥିତାବସ୍ଥା ସମ୍ପର୍କରେ କୈଫିୟତ୍ ତଲବ କରିଛନ୍ତି ।
ରାଜ୍ୟରେ ଥିବା ସ୍କୁଲଗୁଡିକ ଅତ୍ୟନ୍ତ ଖରାପ ସ୍ଥିତିରେ ଥିବା, ସ୍କୁଲରେ ପିଲାମାନଙ୍କ ପାଇଁ ମୌଳିକ ସୁବିଧା ନଥିବା ବେଳେ ରାଜ୍ୟ ସରକାରଙ୍କୁ ଏସବୁ ତୁରନ୍ତ ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦେବାକୁ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଜୁରିଷ୍ଟ ପକ୍ଷରୁ ପିଟିସନ୍ ଫାଇଲ୍ କରାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ । ପ୍ରଥମେ ଏହି ମାମଲା ହାଇକୋର୍ଟକୁ ଯାଇଥିବା ବେଳେ ହାଇକୋର୍ଟ ଦର୍ଶାଇଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ସବୁବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେ ଏହି ମାମଲା ସୁପ୍ରିମକୋର୍ଟକୁ ଆସିଥିଲା ।
[ad_2]