ରାଜ୍ୟ

ମୋଦୀଙ୍କ ଓଡ଼ିଶା ଗସ୍ତ ଆଜି ; ୧୯,୬୦୦ କୋଟିରୁ ଅଧିକ ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ – Ibnodisha

[ad_1]

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ଦିନିକିଆ ଓଡ଼ିଶା ଗସ୍ତରେ ମଙ୍ଗଳବାର ଆସୁଛନ୍ତି । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲରେ ୧୯ ହଜାର ୬୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ସହିତ ଶିଳାନ୍ୟାସ କରିବେ । ଏଥିରେ ଆଠ ରାଜ୍ୟର ପ୍ରଥମ ଥାକିଆ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଓ ପେଟ୍ରୋଲିୟମ ପ୍ରକଳ୍ପ ଅନ୍ତର୍ଭୁକ୍ତ । ମୋଦୀଙ୍କ ଗସ୍ତ ପାଇଁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଓ ବଡ଼ଚଣା ବେଶ୍ ଚଳଚଞ୍ଚଳ ହୋଇଛି । ସୁରକ୍ଷା ମଧ୍ୟ କଡ଼ାକଡ଼ି କରାଯାଇଛି ।

 ମଙ୍ଗଳବାର ଅପରାହ୍ନ ୨ଟା ୪୦ରେ ମୋଦୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ସିଧାସଳଖ ହେଲିକପ୍ଟର ଯୋଗେ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ । ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ପରେ ସାଢ଼େ ୩ରେ ସନ୍ନିକଟ ପଡ଼ିଆରେ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି’ ବିଶାଳ ସଭାରେ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ । ସେହିପରି ମୋଦିଜୀ ଚଣ୍ଡିଖୋଲରେ ୧୯ହଜାର ୬ଶହ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ସେ ଓଡ଼ିଶା ରାଜଡ଼ୀତି ସମ୍ପର୍କରେ କଣ ବୟାନ ଦେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 ମୋଦୀଙ୍କ ଗସ୍ତ ପାଇଁ ଗଣମାଧ୍ୟମକୁ ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପହଞ୍ଚାଇଛନ୍ତି । ମୋଦିଜୀ ୨୦୧୯ରେ ଓଡ଼ିଶାବାସୀଙ୍କୁ କହିଥିଲେ ‘ମୁଁ ଆପଣଙ୍କ ଭଲ ପାଇବାକୁ ସୁଧ ସହିତ ଫେରେଇବି’ । ବିଗତ ୧୦ବର୍ଷ ଭିତରେ ମୋଦୀ ସରକାର ‘ଓଡ଼ିଶାର ବିକାଶ ପାଇଁ ୧୮.୮୩ଲକ୍ଷ କୋଟି ଟଙ୍କା ଦେଲେ ଓ ଓଡ଼ିଆଙ୍କୁ ଅଗ୍ରାଧିକାର ଓ ଉପଯୁକ୍ତ ମର୍ଯ୍ୟାଦା ଦେଇଛନ୍ତି ।

ଓଡ଼ିଆଙ୍କ ପାଇଁ ମୋଦିଜୀଙ୍କ ମର୍ଯ୍ୟାଦାକୁ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ଲୋକସଭା ଓ ବିଧାନସଭା ଆସନରେ ଆଶୀର୍ବାଦ ଦେଇ ତୃତୀୟଥର ପ୍ରଧାନମନ୍ତ୍ରୀଭାବେ ବିଜୟ ମୁକଟ ପିନ୍ଧାଇ ସ୍ୱାଗତ କରିବେ । ମୋଦି ଯାହା କହନ୍ତି ତାହା କରନ୍ତି, ଏହା ହିଁ ମୋଦି ଗ୍ୟାରେଣ୍ଟି । ଏହାର ପ୍ରତିଫଳନ ଜି-୨୦ ସମ୍ମିଳନୀ ସମୟରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ କୋଣାର୍କ ଚକ୍ରକୁ ବିଶ୍ୱ ଦରବାରରେ ପୁନଃଉପସ୍ଥାପିତ କରିଥିଲେ ମୋଦୀ । ସେହିପରି ମୋଦିଜୀ ଓଡ଼ିଆ ମହିଳାଙ୍କୁ ସର୍ବୋଚ୍ଚ ଆସନରେ ବସାଛନ୍ତି । ମୋଦିଜୀଙ୍କ ଓଡ଼ିଆ ପ୍ରୀତି ଓ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧତା ପୁଣି ତାଙ୍କୁ ଓଡ଼ିଶା ମାଟିକୁ ଟାଣିଆଣିଛି । ଚଣ୍ଡିଖୋଲ ଜନସଭାରେ ମୋଦିଜୀଙ୍କ ଉଦ୍‌ବୋଧନ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଉର୍ଜ୍ଜା ଯୋଗାଇବ ବୋଲି ଶ୍ରୀ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button