ରାଜ୍ୟ

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ – Ibnodisha

[ad_1]

ଭୁବନେଶ୍ୱର,  : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ବୁଧବାର ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ଥିଲା “ପର୍ଯ୍ୟଟନ ଏବଂ ସବୁଜ ନିବେଶ” ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଆଇଟିଆଇର ଅଧ୍ୟକ୍ଷା ଇଞ୍ଜିନିୟର ଜୀତାମିତ୍ରା ଶତପଥୀ ବିଶ୍ୱ
ପର୍ଯ୍ୟଟନ ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଆମେ ସମସ୍ତେ ଯତ୍ନବାନ
ହେବା ଉଚିତ୍ ବୋଲି ସେ କହିଥିଲେ ।
ଚଳିତବର୍ଷର ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଚଇନି ଏହା
ପର୍ଯ୍ୟଟନକୁ ଅଧିକ ସ୍ଥାୟୀ ଏବଂ ପରିବେଶ ଅନୁକୂଳ କରିବା ଉପରେ ଗୁରୁତ୍ୱ ଦେବ ବୋଲି ନିଜର ସ୍ୱାଗତ ଭାଷଣରେ କହିଥିଲେ ।
ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ପର୍ଯ୍ୟଟନ ବିଭାଗର ଓଏସ୍‌ଡି ଶ୍ରୀ ଅଂଶୁମାନ ରଥ ବ୍ୟସ୍ତବହୁଳ
ଜୀବନ ମଧ୍ୟରେ ଆମେ ସମସ୍ତେ ଭ୍ରମଣ କରିବା ଉଚିତ୍ । ଭ୍ରମଣ ଦ୍ୱାରା ମଣିଷ ଆନନ୍ଦଲାଭ କରିଥାଏ ଏବଂ ନିଜର ସ୍ମୃତିକୁ ସାଉଁଟି
ପାରିଥାଏ ବୋଲି ସେ କହିଥିଲେ ।
ଚଳିତବର୍ଷର ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେଇ ଶ୍ରୀ ରଥ ଯୁବପିଢ଼ିଙ୍କୁ ସବୁଜ ପରିବେଶର ମହତ୍ୱ
ବିଷୟରେ ଆଲୋକପାତ କରିଥିଲେ ।
ଏହି ଅବସରରେ ବିଭିନ୍ନ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ
ପୁରସ୍କୃତ କରାଯାଇଥିଲା ।
ଏହି ଅବସରରେ ଏସ୍‌ଏଚ୍‌ଏମ୍‌ର ପ୍ରଫେସର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button